ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ

0

ଋଷ; ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗୁରୁବାର ପୁଟିନ ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୬ ଓ ୭ ତାରିଖରେ ରୁଷ ଓ ୟୁରୋପର ବିଭିନ୍ନ ଦେଶରେ ଅର୍ଥୋଡକ୍ସ ଖ୍ରୀଷ୍ଟମାସ ପାଳନ କରାଯିବ ।

ତେଣୁ ଲୋକଙ୍କ ଧାର୍ମିକ ଅନୁଷ୍ଠାନରେ କୌଣସି ବାଧା ସୃଷ୍ଟି ନ କରିବାକୁ ପୁଟିନଙ୍କୁ ଅନୁରୋଧ କରିଥିଲେ ପେଟ୍ରିଆକ କିରିଲ । ଏହାପରେ ଦୁଇ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି । ତେବେ ରୁଷର ୭୬ ବର୍ଷ ବୟସ୍କ ଖ୍ରୀଷ୍ଟ ଧର୍ମଗୁରୁ ପେଟ୍ରିଆକ କିରିଲଙ୍କ ଅପିଲ ପରେ ପୁଟିନ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଉଭୟ ରୁଷ ଓ ୟୁକ୍ରେନ ବହୁ ନାଗରିକ ଅର୍ଥୋଡକ୍ସ କ୍ରିଷ୍ଟମାସ ପାଳନ କରିଥାନ୍ତି ।

Leave A Reply

Your email address will not be published.