ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ରୂପା ଜନ୍ମ ଦେଇଛି ୩ଟି ଶାବକ

0

ଭୁବନେଶ୍ବର; ନୂଆ ଅତିଥିଙ୍କ ଆଗମନରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରୀ । ପ୍ରାଣୀଉଦ୍ୟାନରେ ବଢିଲା ବାଘଙ୍କ ସଂଖ୍ୟା । ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।

ମହାବଳ ବାଘ ରାଜେଶ ଓ ବାଘୁଣୀ ରୁପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି । ଏବେ ପ୍ରାଣୀ ଉଦ୍ୟାନ ଭିତରେ ମା’ ରୂପା ପାଖରେ ରହିଛନ୍ତି ତିନିଟି ଯାକ ଛୁଆ । ମା’ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି । ଯେପରି କୌଣସି ସମସ୍ୟା ଉପୁଜିବନି ସେ ନେଇ ବି ଧ୍ୟାନ ଦିଆଯାଉଛି । ୩ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏହି ୩ ଶାବକଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇପାରେ ।

Leave A Reply

Your email address will not be published.