ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ରୂପା ଜନ୍ମ ଦେଇଛି ୩ଟି ଶାବକ

0

ଭୁବନେଶ୍ବର; ନୂଆ ଅତିଥିଙ୍କ ଆଗମନରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରୀ । ପ୍ରାଣୀଉଦ୍ୟାନରେ ବଢିଲା ବାଘଙ୍କ ସଂଖ୍ୟା । ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।

ମହାବଳ ବାଘ ରାଜେଶ ଓ ବାଘୁଣୀ ରୁପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି । ଏବେ ପ୍ରାଣୀ ଉଦ୍ୟାନ ଭିତରେ ମା’ ରୂପା ପାଖରେ ରହିଛନ୍ତି ତିନିଟି ଯାକ ଛୁଆ । ମା’ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି । ଯେପରି କୌଣସି ସମସ୍ୟା ଉପୁଜିବନି ସେ ନେଇ ବି ଧ୍ୟାନ ଦିଆଯାଉଛି । ୩ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏହି ୩ ଶାବକଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇପାରେ ।

Leave A Reply

Your email address will not be published.