ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆଜି ରାତି ରେ ପ୍ରବଳ ଶୀତ..

0

ଭୁବନେଶ୍ବର; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୫°ସି ତଳେ ରହିଥିଲା। ଝାରସୁଗୁଡା ରେ ସର୍ବନିମ୍ନ ତାପମାତ୍ରା ୫.୬°ସି ରେକର୍ଡ଼ ହୋଇଥିଲା ସେହିପରି ରାଜ୍ୟ ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦.୦°ସି ତଳେ ରହିଥିଲା। ଭୁବନେଶ୍ବର ରେ ୧୧.୫°ସି, କଟକ ରେ ୧୧.୦°ସି, ପୁରୀ ରେ ୧୪.୫°ସି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଦିଗ ରୁ ଶକ୍ତିଶାଳୀ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ କୁ ପ୍ରବାହିତ ହେବା ଯୋଗୁଁ ଶୀତ ବଢ଼ିଛି। ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟ ର କିଛି ଅଞ୍ଚଳ ରେ ରାତି ସମୟ ରେ ଶୀତ ଲହରୀ ଅନୁଭୁତ ହେବ।

ଆଜି ରାତି ରେ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକ ରେ ସର୍ବନିମ୍ନ ତାପମାତ୍ରା ୧୦-୧ ୧°ସି ରହିବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ରେ ମଧ୍ୟ ଗତ କାଲି ପରି ଅଧିକ ଥଣ୍ଡା ଅନୁଭୂତ ହେବ। ଆଭ୍ୟନ୍ତର ଓଡ଼ିଶା ରେ ରାତି ତାପମାତ୍ରା କେତେକ ଅଞ୍ଚଳରେ ୧୦°ସି ତଳେ ରହିବ।ଆସନ୍ତା ୧୧ ଜାନୁଆରୀ ଯାଏଁ ରାଜ୍ୟ ରେ ଶୀତ ଅନୁଭୂତ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.