ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ରାତି ରେ ପ୍ରବଳ ଶୀତ..

0

ଭୁବନେଶ୍ବର; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୫°ସି ତଳେ ରହିଥିଲା। ଝାରସୁଗୁଡା ରେ ସର୍ବନିମ୍ନ ତାପମାତ୍ରା ୫.୬°ସି ରେକର୍ଡ଼ ହୋଇଥିଲା ସେହିପରି ରାଜ୍ୟ ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦.୦°ସି ତଳେ ରହିଥିଲା। ଭୁବନେଶ୍ବର ରେ ୧୧.୫°ସି, କଟକ ରେ ୧୧.୦°ସି, ପୁରୀ ରେ ୧୪.୫°ସି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଦିଗ ରୁ ଶକ୍ତିଶାଳୀ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ କୁ ପ୍ରବାହିତ ହେବା ଯୋଗୁଁ ଶୀତ ବଢ଼ିଛି। ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟ ର କିଛି ଅଞ୍ଚଳ ରେ ରାତି ସମୟ ରେ ଶୀତ ଲହରୀ ଅନୁଭୁତ ହେବ।

ଆଜି ରାତି ରେ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକ ରେ ସର୍ବନିମ୍ନ ତାପମାତ୍ରା ୧୦-୧ ୧°ସି ରହିବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ରେ ମଧ୍ୟ ଗତ କାଲି ପରି ଅଧିକ ଥଣ୍ଡା ଅନୁଭୂତ ହେବ। ଆଭ୍ୟନ୍ତର ଓଡ଼ିଶା ରେ ରାତି ତାପମାତ୍ରା କେତେକ ଅଞ୍ଚଳରେ ୧୦°ସି ତଳେ ରହିବ।ଆସନ୍ତା ୧୧ ଜାନୁଆରୀ ଯାଏଁ ରାଜ୍ୟ ରେ ଶୀତ ଅନୁଭୂତ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.