ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଯୋଧ୍ୟା ସହ ଯୋଡି ହେଲା କିଛି ରେକର୍ଡ଼

0

ନୂଆଦିଲ୍ଲୀ: ଆଯୋଧ୍ୟା ମାମଲା ସହ କିଛି ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ୬୯ ବର୍ଷ ଇତିହାସରେ ସମ୍ଭବତଃ ଏହା ପ୍ରଥମ ମାମଲା ଯାହା ଶନିବାର ପ୍ରକାଶ ପାଇଛି। କୋର୍ଟ ସାଧାରଣତଃ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥାଏ। ଅତି ଜରୁରୀ ସ୍ଥିତିରେ ଶନିବାର, ରବିବାର ବା ରାତି ଅଧରେ ଅଦାଲତ ବସିବା ନଜିର ରହିଛି। ଏହି ମାମଲା ଅତି ସମ୍ବେଦନଶୀଳ ହୋଇଥିବା କାରଣରୁ ପ୍ରଧାନ ବିଚାରପତି ଶନିବାର ଦିନ ଧାର୍ଯ୍ୟ କରିଥାଇପାରନ୍ତି।

ଏମିତିରେ ବି ଏଭଳି ଏକ ଜଟିଳ ମାମଲାରେ ଖଣ୍ଡପୀଠ ସର୍ବସମ୍ମତ ହେବା ମଧ୍ୟ ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ୧୯୭୩ ପରେ ଏହା ଦ୍ଵିତୀୟ ମାମଲା ଯେଉଁଥିରେ ଦୀର୍ଘତମ ଶୁଣାଣି , ଅର୍ଥାତ ଅଗଷ୍ଟ୬ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହୋଇଥିଲା।

Leave A Reply

Your email address will not be published.