ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ ୧୫ ମିଟର ଘୋଷାରି ନେଲା କାର୍ ଚାଳକ

0

ନୂଆଦିଲ୍ଲୀ; ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯେଉଁଥିରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ ଦାବି କରିଛନ୍ତି ଯେ ତାଙ୍କୁ ଏମ୍ସ ସାମ୍ନାରେ ଅନେକ ମିଟର ଦୂରତାରେ ନିର୍ଯାତନା ଦିଆଯିବା ସହ ତାଙ୍କୁ କାର ଦ୍ୱାରା ଟାଣି ନିଆଯାଇଛି।

ସୂଚନାଯୋଗ୍ୟ; ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାରରେ ୧୫ କିଲୋମିଟର ଘୋଷଡି ନେବା ଘଟଣା ମନରୁ ଲିଭିନଥିବା ବେଳେ ଏହାଠୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ ରାସ୍ତାରେ ଅସଦାରରଣ କରିବା ସହ କିଛି ବାଟ ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଦୂର୍ଘଟଣାରେ ଶୀକାର ହୋଈଥିବା ଯୁବତୀ ଜଣଙ୍କ ହେଉଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ । ଗୁରୁବାର ଭୋର ଜଣେ ମଦୁଆ ଚାଳକ ତାଙ୍କ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ୪୭ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ମହିଳାଙ୍କୁ ସୁରକ୍ଷା ଯାଂଚ କରିବାକୁ ଯାଇଥିବା ବେଳେ ଦିଲ୍ଲୀ ଏମ୍ସ ହସ୍ପିଟାଲ ନିକଟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସ୍ୱାତୀ କହିଛନ୍ତି । ଭୋର ପ୍ରାୟ ୩ଟା ୧୧ ମିନିଟ୍ ସମୟରେ ହସ୍ପିଟାଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ଏକ ବଲେନୋ କାର ଆସିଥିଲା । କାର ଚାଳକ ତାଙ୍କୁ କାରରେ ଯିବାକୁ କହିଥିଲେ । ସେ ମନାକରିବାରୁ ତାଙ୍କ ଜୋର ଜବରଦସ୍ତି ନେବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ହାତ କାର ଡୋରରେ ରହିଯାଇଥିଲା । ବ୍ୟକ୍ତି ଜଣଙ୍କ ୧୫ ମିଟର ତାଙ୍କୁ ଘୋଷାଡି ନେବା ପରେ ସେ ଡୋରରୁ ହାତ କାଢିବାରେ ସକ୍ଷମ ହୋଇଥିବା କହିଛନ୍ତି । ତେବେ ଏନେଇ ସ୍ୱାତୀ ଟୁଇଟ କରି କହିଛନ୍ତି, ଭଗବାନ ମୋ ଜୀବନ ବଂଚାଇଦେଲେ । ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ସୁରକ୍ଷିତ ନୁହଁନ୍ତି, ତେବେ ସ୍ଥିତି କିପରି ଅଛି ଅନୁମାନ କରନ୍ତୁ ।

Leave A Reply

Your email address will not be published.