ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ଭାରତୀୟ ସେନା ମହିଳା ଅଧିକାରୀ

0

ନୂଆଦିଲ୍ଲୀ: କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ଭାରତୀୟ ସେନା ମହିଳା ଅଧିକାରୀ। ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା ଅଧିକାରୀମାନଙ୍କୁ ସମକକ୍ଷ କରିବା ନିମନ୍ତେ ୨୦୨୩ ଜାନୁଆରି ୨ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଖାଲି ପଡ଼ିଥିବା ୧୦୮ ପଦବୀ ପାଇଁ ସମୁଦାୟ ୨୪୪ଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥିନୀମାନଙ୍କୁ ମନୋନୟନ କରାଯିବ। ୧୯୯୨ରୁ ୨୦୦୬ ବ୍ୟାଚ୍‌ ମଧ୍ୟର ଏହି ମହିଳା ଅଧିକାରୀମାନେ ‘ଆର୍ମସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ଇଞ୍ଜିନିୟରିଙ୍ଗ୍‌, ସିଗ୍‌ନାଲ୍‌ସ୍‌, ଆର୍ମି ଏୟାର୍‌ ଡିଫେନ୍‌ସ୍‌, ଇଣ୍ଟେଲିଜେନ୍‌ସ୍‌ କର୍ପସ୍‌’, ‘ଆର୍ମି ସର୍ଭିସ୍‌ କର୍ପସ୍‌’, ‘ଆର୍ମି ଅର୍ଡିନାନ୍‌ସ୍‌ କର୍ପସ୍‌’ ଏବଂ ‘ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌ ମେକାନିକାଲ୍‌ ଇଞ୍ଜିନିୟର୍ସ’ ବିଭାଗର।

ଭାରତୀୟ ସେନାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ନିମନ୍ତେ ଓ ପ୍ରଭାବିତ ମହିଳା ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ନିମନ୍ତେ ସରକାର ଏହି ‘ସ୍ପେସାଲ୍‌ ନମ୍ବର ୩ ସିଲେକ୍ସନ୍‌ ବୋର୍ଡ’ ପାଇଁ ପଦବୀ ଖାଲି ପଡ଼ିଥିବା କଥା ଘୋ‌ଷଣା କରିଥିଲେ। ମନୋନୟନ ପ୍ରକ୍ରିୟା ନିରପେକ୍ଷ ବୋଲି ସୁନିଶ୍ଚିତ ହେବା ଓ ଏଥି ପ୍ରତି ଯଦି କୌଣସି ସନ୍ଦେହ ଥାଏ ତାହା ଦୂର କରିବା ନିମନ୍ତେ ଏହି ‘ସିଲେକ୍‌ସନ୍‌ ବୋର୍ଡ’ ନିମନ୍ତେ ସମୁଦାୟ ୬୦ଜଣ ପ୍ରଭାବିତ ମହିଳା ଅଧିକାରୀଙ୍କୁ ନିରୀକ୍ଷକଭାବେ ସାମିଲ କରାଯାଇଛି।

ମନୋନୟନ ବୋର୍ଡଦ୍ବାରା ଉପଯୁକ୍ତ ବିବେଚିତ ୧୦୮ଜଣ ମହିଳା ଅଧିକାରୀମାନଙ୍କୁ ବିଭିନ୍ନ ‘କମାଣ୍ଡ୍‌ ଆସାଇନ୍‌ମେଣ୍ଟ୍‌’ରେ ନିଯୁକ୍ତି ମିଳିବ। ଚଳିତ ଜାନୁଆରି ଶେଷ ସୁଦ୍ଧା ଏହି ମନୋନୟନର ପ୍ରାରମ୍ଭିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବ‌ୋଲି ସେନା ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.