ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା

0

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଶତ୍ରୁ ରାଷ୍ଟ୍ର ବିରୋଧରେ ଲଢ଼ିବା ପାଇଁ ଆଜି ଭାରତୀୟ ନୌସେନାରେ ସାମିଲ ହେବ ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର। ନୌସେନାର ସାମିଲ ହେବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ ଶକ୍ତିଶାଳୀ କରୁଛନ୍ତି।

ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା। ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର। ଏହି ଜାହାଜ ପାଣି ଉପରେ ଘଣ୍ଟା ପ୍ରତି ୨୦ କିଲୋମିଟର ଓ ପାଣି ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଯାଇପାରିବ ।

Leave A Reply

Your email address will not be published.