ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

କନଷ୍ଟେବଳ ନିଯୁକ୍ତି ନେଇ ୪ବର୍ଷ କୋହଳ ହେଲା ବୟସ ସୀମା

0

କଟକ; କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମହାମାରୀ କୋଭିଡ୍ ଯୋଗୁଁ ୨୦୨୮ରୁ ୨୦୨୨ ମଧ୍ୟରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ହୋଇପାରିନଥିବାରୁ ବୟସ ସୀମାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ହାଇକୋର୍ଟ । ବୟସ ସୀମାକୁ କୋହଳ କରିବା ପାଇଁ ଆଶୟୀମାନେ ହାଇକୋର୍ଟର ଦ୍ୱାରସ୍ଥ କରିଥିଲେ । ଏଥିପାଇଁ ପୁଣି ଥରେ ବିଜ୍ଞାପନ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେହିପରି ଆବେଦନର ଶେଷ ତାରିଖ ଜାନୁୟାରୀ ୨୧ ତାରିଖ ଥିବାବେଳେ ତାହାକୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫେବୃୟାରୀ ୨୦ ତାରିଖରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ହେବ । ୪ ହଜାର ୭୯୦ କନଷ୍ଟେବଳ ପଦବୀ ନିଯୁକ୍ତି ପାଇଁ ୨୦୨୨ ଡିସେମ୍ବର ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା ।ଏଥିରେ ପ୍ରାର୍ଥୀ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ନେଇ ଉଲ୍ଲେଖ କରାଯାଇଥିଲା । ଫେବ୍ରୁଆରୀ ୧୦ତାରିଖ ଯାଏଁ ରହିଛି ଆବେଦନ ଅବଧି । ଫେବ୍ରୁଆରୀ ୨୦ରେ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.