ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ତଥାପି ଓଡିଶା ବିଧାନସଭା ବହୁ ପଛରେ!

0

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ରେକର୍ଡ଼ ଭୋଟ ବ୍ୟବଧାନରେ ଜିତିଥିବା ରୀତା ସାହୁ ଆଜି ସକାଳେ ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଶପଥ କରାଇଥିଲେ। ଶ୍ରୀମତୀ ସାହୁଙ୍କୁ ମିଶାଇ ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୧୫ରେ ପହଁଚିଛି। ନିକଟରେ ଶେଷ ହୋଇଥିବା ଏହି ଉପନିର୍ବାଚନରେ ରୀତା ଓଡିଶା ଇତିହାସରେ ସବୁଠାରୁ ଅଧିକ ତଥା ରେକର୍ଡ ୯୭ହଜାର ରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଚଦଶ ବିଧାନସଭା ଅର୍ଥାତ ୨୦୧୪ ନିର୍ବାଚନରେ ଓଡିଶା ବିଧାନସଭାକୁ ୧୧ ଜଣ ମହିଳା ନିର୍ବାଚିତ ହୋଇଥିଲେ। ଏଥିରୁ ବିଜେଡିରୁ ୧୦ ଓ ବିଜେପିରୁ ଜଣେ ଥିଲେ। ଏଥର ବିଜେପିରୁ କେବଳ ଜଣେ ମହିଳା କୁସୁମ ଟେଟେ ପ୍ରତିନିଧିତ୍ୱ କରୁଛନ୍ତି ଓ ବାକି ୧୪ଜଣ ବିଜେଡ଼ି ବିଧାୟିକା।

ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩% ମହିଳା ପ୍ରତିନିଧିଙ୍କ କଥା କହିଥିଲେ। ବିଜେଡି ୭ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ସେଥିରୁ ୬ଜଣ ଜିତିଥିଲେ। ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ମିଶାଇଲେ ଓଡିଶାରୁ ୭ ମହିଳା ଏବେ ସଂସଦରେ ପ୍ରତିନିଧିତ୍ଵ କରୁଛନ୍ତି। ବିଧାନସଭାରେ ୩୩% କରିବାକୁ ହେଲେ ଆଉ ୩୦ ଆସନରୁ ମହିଳା ପ୍ରତିନିଧି ଜିତିବା ଦରକାର।

Leave A Reply

Your email address will not be published.