ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବାୟୁସେନାର ତିନୋଟି ବିମାନ ଦୁର୍ଘଟଣାଗ୍ରସ୍ତ

0

ରାଜସ୍ଥାନ/ ମଧ୍ୟପ୍ରଦେଶ; ରାଜସ୍ଥାନର ଭରତପୁର ଓ ମଧ୍ୟପ୍ରଦେଶର ମୁରୈନା ନିକଟରେ ଶନିବାର ସକାଳେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ଓ ଏକ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶର ମୁରୈନାରେ ମିରାଜ-୨୦୦୦ ଓ ସୁଖୋଇ ୩୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ବିମାନ ଗୋଆଲିଅର ବିମାନଘାଟିରୁ ଉଡିଥିଲେ।

ସେପଟେ ରାଜସ୍ଥାନର ଭରତପୁରରୁ ଆସୁଥିବା ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭରତପୁରର ଉଚ୍ଚୈନ ଥାନା ଅଂଚଳରେ ହୋଇଛି । ବୈଶୟିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି । ବିମାନଟି ସେନାର କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ । କିଛି ଏହାକୁ ବାୟୁସେନା ବିମାନ ବୋଲି ଦାବି କରୁଛନ୍ତି । ବିମାନଟି ଆକାଶରେ ଥିବା ବେଳେ ସେଥିରେ ବିସ୍ଫୋରଣ ହୋଇଥିଲା ।

Leave A Reply

Your email address will not be published.