ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ଟ୍ରାଫିକ କନଷ୍ଟେବଲ

0

ଭୁବନେଶ୍ବର୍; ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଏସ୍‌ଏଫ୍ ଯବାନ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସଂଗ୍ରାମ ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ସଂଗ୍ରାମ ବିଶ୍ୱାଳ ମଟନ୍ ନେବା ପାଇଁ ଭିଏସ୍‌ଏସ୍ ନଗର ହାଟକୁ ଯାଇଥିଲେ। ସେ ତାଙ୍କ ବାଇକ୍‌କୁ ହାଟର ନୋ ପାର୍କିଂ ଜୋନରେ ରଖିଥିଲେ। ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ମନୋଜ ବେହେରା ଅଟକାଇ ଥିଲେ। ବାଇକ୍ ହଟାଇବାକୁ ସେ ସଂଗ୍ରାମଙ୍କୁ କହିଥିଲେ। କିନ୍ତୁ ସଂଗ୍ରାମ ମାନି ନଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ କଥା ଠେଲାପେଲା ଓ ଆକ୍ରମଣ ଆଡ଼କୁ ଚାଲି ଯାଇଥିଲା ଏବଂ ଯବାନଙ୍କ ଆକ୍ରମଣରେ ଆହତ ହୋଇଥିଲେ ଟ୍ରାଫିକ କନଷ୍ଟେବଲ।

Leave A Reply

Your email address will not be published.