ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରୀ

0

ଖୋର୍ଦ୍ଧା; ପ୍ରସିଦ୍ଧ ଶୈବପୀଠ ବାଘମାରି ସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟ ଓ ମା’ ପାର୍ବତୀଙ୍କ ରୁପାର ଖଡୁ ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ବେଳେ ତିନି ଜଣ ଚୋର ମନ୍ଦିର ଭିତରେ ପଶିଥିବା ସିସିଟିଭିରେ କଏଦ ଦୃଶ୍ୟରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି, ସିସିଟିଭି ଫୁଟେଜ ବି ହସ୍ତଗତ ହୋଇଛି । ପ୍ରଭୁ ହଟ୍ଟକେଶ୍ଵର ମନ୍ଦିରରୁ ଚୋରି ଘଟଣା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି ।

ମନ୍ଦିର ପରିସରରେ ଗତକାଲି ୪ ଜଣ ପାଳିଆ ସେବାୟତ ରହିଥିବା ବେଳେ ଏହି ଲୁଟ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୋରରେ ପାଳିଆ ସେବାୟତ କାଙ୍ଗାଳୀ ରଣା ଠାକୁରଙ୍କ ସେବା ପାଇଁ ପହଡ଼ ଖୋଲିବା ବେଳେ ଲୁଟ ସମ୍ପର୍କରେ ଜଣାପଡ଼ିଥିଲା । ମନ୍ଦିର ଟ୍ରଷ୍ଟି ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କୌଣସି ମୂର୍ତ୍ତି ଚୋରି ରାକେଟର ଏହି ଘଟଣାରେ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ ହେଉଛି।

Leave A Reply

Your email address will not be published.