ପ୍ରମୁଖ ଖବର

ଦୁବାଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ୍‌ ମୃତ
ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା
ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଂଲାଦେଶରେ ଭୂମିକମ୍ପ, ୩ ମୃତ

ଆନ୍ଦୋଳନ ପ୍ରତ୍ୟାହାର କଲା ଓଡିଶା ଡ୍ରାଇଭର ମହାସଂଘ

0

ଭୁବନେଶ୍ବର; ଦୁଇ ଦିନ ଆନ୍ଦୋଳନ ପରେ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହାର ନେଇ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ସମସ୍ତଙ୍କୁ ସମୟ ଦେବା ଦରକାର । ସରକାର କେବେ ଆମ ପାଇଁ କିଛି କରିନଥିଲେ । ତେଣୁ କିଛି କରିବା ପାଇଁ ୩ମାସ ସମୟ ନେଇଛନ୍ତି । ତେଣୁ ଏହି ସମୟକୁ ଆମେ ଗ୍ରହଣ କଲୁ ।

ଯଦି ୯୦ରୁ ୯୧ ଦିନ ହେଲା ଆମେ ପୁଣି ଆନ୍ଦୋଳନ କରିବୁ । ନହେଲେ ନବୀନ ନିବାସ ଆଗରେ ଆମେ ଆତ୍ମାହୂତି ଦେବୁ । ସରକାର ଆମକୁ ହାଲକାରେ ନେଇଥିଲେ ଏଥର ଆମକୁ ଗୁରୁତ୍ୱ ଦେବେ । ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଏପରି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ତେବେ ସାରା ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ଡ୍ରାଇଭର ମହାସଂଘର ସଭାପତି । ଜନସାଧାରଣଙ୍କ ଅସୁବିଧା ଆଉ ସରକାରଙ୍କ ଅନୁରୋଧକୁ ସମ୍ମାନ ଦେଇ ସେ ଆନ୍ଦୋଳନ ପ୍ରତ୍ୟାହାର କରୁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.