ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ

0

ଆଫଗାନିସ୍ତାନ; ଆଫଗାନିସ୍ତାନରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି। ଆମେରିକାର ରାଜ୍ୟ ଭୌଗଳିକ ସର୍ଭେ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜୁର୍ମ ନିକଟରେ ବୋଲି କୁହାଯାଉଛି। ସେହିପରି ଏହାର ଉତ୍ପତିସ୍ଥଳ ୧୮୦ କିମି ଗଭୀରତା ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୬ ରେକର୍ଡ଼ କରାଯାଇ‌ଥିବା ବେଳେ ଆଫଗାନସ୍ତାନାର ଫ୍ୟାଜାବାଦର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୩୩ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନ। ପାକିସ୍ତାନର ପାଖସୁନଖ୍ୱା ଅଞ୍ଚଳର ଖ୍ୟବେର ,ବିଲାଲ ଫାଇଜିର ପ୍ରାୟ ୧୦୦ ଲୋକେ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତକୁ ମଧ୍ୟ ଲାଗିଛି।

କେବଳ ଏତିକି ନୁହେଁ ଏହି ଭୂମିକମ୍ପରେ ଉତ୍ତରଭାରତର ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଖୋଲା ସ୍ଥାନକୁ ପଲାଇ ଆସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.