ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ

0

କଟକ: କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ । ସିଟ୍ ଲେଦର ଓ କପଡାରେ ନିଆଁ ଲାଗିଥିବାରୁ ଖୁବ ଜୋରରେ ବସଟି ଜଳିଥିଲା । ବସଟି କିଛି ଦିନ ହେଲା ଛକରେ ରଖାଯାଇଥଲା । ଏହା ନିୟମିତ ଭାବେ କଟକରୁ ବରଗଡ ଯିବା ଆସିବା କରୁଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି

ସୂଚନାଯୋଗ୍ୟ; କଟକ ଲିଙ୍କ୍ ରୋଡରେ ଏକ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ବସଟି ଦୀର୍ଘଦିନ ହେବ ଥୁଆ ହୋଇ ରହିଥିବା ବେଳେ ଆଜି ହଠାତ ସେଥିରେ ନିଆଁ ଲାଗିଥିଲା। ବସ ପାଖରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ରହିଛି।  ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଂଚି ନିଆଁକୁ ଆୟତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ଧୁମ୍ରପାନ ଯୋଗୁ ଏପରି ନିଆଁ ଲାଗିଛି।

Leave A Reply

Your email address will not be published.