ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବଢ଼ୁଛି କରୋନା: ୮ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

0

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୧୧,୬୯୨ ନୂଆ ମମଲା ସାମ୍ନାକୁ ଆସିଛି । ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ହୋଇଯାଇଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଲର୍ଟରେ ରହିଛନ୍ତି । କୋଭିଡର ବୃଦ୍ଧି ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି ।

ଏହି ୮ ରାଜ୍ୟକୁ ପଠାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସ୍ଥିତି ଶେଷ ହୋଇନାହିଁ। ଆମକୁ ସର୍ତ୍ତକ ରହିବାକୁ ପଡ଼ିବ। କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମ୍ ରହିଛି। କିନ୍ତୁ କିଛି ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବାର ସଙ୍କେତ ମିଳୁଛି। ଏହି ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରେ ନିୟନ୍ତ୍ରଣକୁ ଆଣିବା ଜରୁରୀ। ଜେନମ ସିକ୍ୱେନସିଂ ପାଇଁ ଅଧିକରୁ ଅଧିକ ପିଜିଟିଭ ନମୁନା ପଠାଇବା ପାଇଁ ଏହି ଚିଠିରେ ଏହି ରାଜ୍ୟଗୁଡ଼ିକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୧୭୦କୁ ବୃଦ୍ଧି ପାଇଛି। ତେଣୁ ବୃଦ୍ଧି ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତାଜା ତଥ୍ୟ ମୁତାବକ, ଭାରତରେ ସଂକ୍ରମଣର ଦୈନିକ ହାର ୫.୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ୬୬୧୭୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଭାରତରେ ରୋଗୀଙ୍କ ସୁସ୍ଥ ହେବାର ରାଷ୍ଟ୍ରୀୟ ହାର ୯୮.୬୭ ପ୍ରତିଶତ ରହିଛି । ଦେଶରେ ବର୍ତ୍ତମାନ ମୋଟ ୪,୪୮,୬୯,୬୮ ଜଣ ସଂକ୍ରମଣ ମୁକ୍ତ ହୋଇ ସାରିଛନ୍ତି ।

Leave A Reply

Your email address will not be published.