ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ସଭାପତି ପଦକୁ ଫେରିଲେ ଶରତ ପୱାର

0

ମୁମ୍ବାଇ: ଏନସିପି ସଭାପତି ପଦକୁ ପୁଣି ଫେରିଲେ ପୱାର । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ଶରଦ ପୱାର । ଇସ୍ତାଫା ପ୍ରତ୍ୟାହାର କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପୱାର । ସେ ଆଜି ଅପରାହ୍ନରେ ପ୍ରେସ୍ କନଫରେନ୍ସରେ ଘୋଷଣା କରି କହିଛନ୍ତି ଯେ, ମୁଁ ଆପଣମାନଙ୍କ ଭାବନାକୁ ଅପମାନ କରିପାରିବି ନାହିଁ । ମୁଁ ଭାବୁକ ହୋଇଯାଇଛି ଏବଂ ନିଜ ନିଷ୍ପତ୍ତି ପ୍ରତ୍ୟାହର କରୁଛି ।

ସୂଚନାଯୋଗ୍ୟ, ମେ ୨ ତାରିଖରେ ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେବା ପରେ ଦଳ ଭିତରେ ହଲଚଲ ସୃଷ୍ଟି ହୋଇଛି । ଶରଦଙ୍କ ଇସ୍ତଫାକୁ ଦଳ ନା ସମର୍ଥକ ଗ୍ରହଣ କରିପାରିନଥିଲା । ୩ଦିନ ହେବ ଶରଦଙ୍କୁ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଦଳର କର୍ମୀ, ସମର୍ଥକ, ବୁଝାଇବା ସହ ଆପ୍ରାଣ ଉଦ୍ୟମ କରଥିିଲେ । ଏହା ଭିତରେ ଶୁକ୍ରବାର ଏନସିପି ସଂଦୀୟ କମିଟି ଶରଦଙ୍କ ଇସ୍ତଫାକୁ ନାମଂଜୁର କରଥିଲାି ।

ନୂଆ ଅଧ୍ୟକ୍ଷ ଚୟନ ପାଇଁ ୧୬ଜଣିଆ ସଦସ୍ୟଙ୍କୁ ନେଇ କମିଟି ବୈଠକ ବସିଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରଫୁଲ ପଟେଏ ଶରଦଙ୍କ ଇସ୍ତଫା ଖାରଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।କମିଟିର ଅନ୍ୟ ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏନସିପି କର୍ମୀମାନେ କାର୍ଯ୍ୟାଳୟ ନିକଟରେ ପହଁଚି ଶରଦଙ୍କ ଇସ୍ତଫା ଫେରାଇ ନେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.