ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସରିଲା ମହାପ୍ରଭୁଙ୍କ ନବଯୋୖବନ ଦର୍ଶନ

0

ପୁରୀ: ସରିଯାଇଛି ଚତୁର୍ଦ୍ଧାମୁରତିଙ୍କ ପବିତ୍ର ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବାରୁ ଆଜି ସକାଳ ୮ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ ହୋଇଥିଲା । ପରେ ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଥିଲା ।

ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । ଏବେ ଦର୍ଶନ ବନ୍ଦ ରହିଛି । ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ୧୧ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ । ଭକ୍ତ କେବଳ ବେଢା ପରିକ୍ରମା ସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ ।

Leave A Reply

Your email address will not be published.