ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ମୋବାଇଲ୍ ନେଲା ପ୍ରାଣ, କେମିତି ଜାଣନ୍ତୁ

0

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ବ୍ୟବହାର ଯେତିକି ବଢୁଛି, ତାକୁ ନେଇ ସେତିକି ଦୁର୍ଘଟଣା ବଢିବାରେ ଲାଗିଛି। ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାରୁ ପୁଣି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି।ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଜଣେ ଯୁବକ ମୋବାଇଲ ଚାର୍ଜ ବସାଇବା ସମୟରେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା। ମୃତ ଯୁବକଙ୍କ ନାମ ସନାଧର ଭତ୍ତରା ଓ ତାଙ୍କ ବୟସ ୧୭ ବୋଲି କୁହାଯାଉଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସନାଧର ଭତରା ତାର ଭଉଣୀ ବଗ ଭତରା ଘରେ ଗତ ୩ବର୍ଷ ହେଲା ରହି ଆସୁଥିଲା। ଗତକାଲି ସେ ସାଙ୍ଗମାନଙ୍କ ସହ ନିକଟସ୍ଥ ମେଦନା ଗ୍ରାମକୁ ଯାଇଥିଲା। ଆଜି ସକାଳ ପ୍ରାୟ ସାତଟା ବେଳେ ସନାଧର ଚାର୍ଜ କରୁଥିବା ସମୟରେ ତାର ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା । ଏଥିରେ ସନାଧର ର ଡାହାଣ ହାତ ପାପୁଲି ଫାଟି ଯାଇଲା। ଏଥିସହିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁପ୍ରାଣ ହରାଇଥିଲା। ଲୋକେ ପ୍ରାୟ ଅଧ ଘଣ୍ଟାଏ ପରେ ଦେଖିଥିଲେ। ଦିନକୁ ଦିନ ବ୍ୟାଟେରି ଫାଟିବା ଭଳି ଅନେକ ଘଟଣା ଘଟୁଛି।

Leave A Reply

Your email address will not be published.