ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭକ୍ତମାନ ନିମନ୍ତେ ଭୋଜନ ସେବା

0
  • ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ଖାଦ୍ୟ ଯୋଗାଣ
  • ପୁରୀ ବସ୍ ଷ୍ଟାଣ୍ଡ ପରିସରରେ ନେତ୍ରୋତ୍ସବ ଦିନ ଠାରୁ ସେବା ଆରମ୍ଭ
  • ଭକ୍ତମାନଙ୍କ ମଧ୍ୟରେ ୫୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଏବଂ ଜିଲ୍ଲା ପ୍ରଶାସନକୁ ୭୦୦ ରେନକୋଟ୍ ପ୍ରଦାନ

ଭୁବନେଶ୍ୱର (୨୩/୦୬/୨୦୨୩): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଥିଲା ।

ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ କରି ଜେଏସପି ଫାଉଣ୍ଡେସନ ୧୯ ଜୁନ୍ ୨୦୨୩ ନେତ୍ରୋତ୍ସବ ଦିନରେ ଏହାର ସେବା ଆରମ୍ଭ କରିଥିଲା । ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ବସ ଷ୍ଟାଣ୍ଡରେ କରାଯାଇଥିବା ଏକ ସ୍ୱତନ୍ତ୍ର ଷ୍ଟଲରେ ୧୦୦ ଜଣ ସ୍ବେଚ୍ଛାସେବୀଙ୍କ ଏକ ଟିମ୍ ଭକ୍ତମାନଙ୍କୁ ଏହି ଭୋଜନ ସେବା କରୁଛନ୍ତି। ଭକ୍ତମାନଙ୍କୁ ସଦ୍ୟ ପ୍ରସ୍ତୁତ କରାଯାଇଥିବା ପାରମ୍ପାରିକ ଓଡିଆ ଭୋଜନ, ଯେଉଁଥିରେ ଅନ୍ନ, ଡାଲମା, ଏବଂ ଖଟା ଅନ୍ତର୍ଭୁକ୍ତ, ପ୍ରଦାନ କରାଯାଉଛି । ଏହା ୨୯ ଜୁନ୍ ୨୦୨୩ ସୁନାବେଶ ପର୍ଯ୍ୟନ୍ତ ଚାଲୁ ରହିବ।

ଜେଏସପି ଫାଉଣ୍ଡେସନର ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇବା ସହିତ କହିଛନ୍ତି ଯେ, “ଆମ ପାଇଁ ମାନବ ସେବାହିଁ ଈଶ୍ବର ସେବା । ଭକ୍ତମାନଙ୍କର ସେବା ନିମନ୍ତେ ସୁଯୋଗ ପ୍ରଦାନ କରିଥିବାରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ଆମର ମିଶନ୍ ଜିରୋ ହଙ୍ଗର କାର୍ଯ୍ୟକ୍ରମରେ ଆମେ ଯଥା ସମ୍ଭବ ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛୁ । ଆମର ଲକ୍ଷ ହେଉଛି, ରଥ ଯାତ୍ରାର ଏହି ମହୋତ୍ସବରେ ଭାଗ ନେବାକୁ ଆସି କେହି ଭୋକିଲା କିମ୍ବା ଶୋଷିଲା ନ ରୁହନ୍ତୁ ।”

ରଥ ଯାତ୍ରା ଦିନ ବଡଦଣ୍ଡରେ ଫାଉଣ୍ଡେସନ୍ ଦେୟାର ଭକ୍ତଙ୍କ ମଧ୍ୟରେ ୫୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ବିଭିନ୍ନ ଫ୍ରଣ୍ଟଲାଇନ ସରକାରୀ ଅଧିକାରୀ, କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନକୁ ୭୦୦ ରେନକୋଟ୍ ପ୍ରଦାନ କରାଯାଇ ଥିଲା। ଏହା ବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ପାନୀୟ ଜଳ ବଣ୍ଟନ ପାଇଁ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଥଣ୍ଡା ପାନୀୟ ଜଳ ଭ୍ୟାନ ମଧ୍ୟ ନିୟୋଜିତ କରାଯାଇଥିଲା। ଏହି ସେବାଗୁଡିକ  ସୁନାବେଶ ସାରିବା ପର୍ଯନ୍ତ ପ୍ରତି ଦିନ ଚାଲୁ ରହିବ ବୋଲି, ଫାଉଣ୍ଡେସନ୍ ପକ୍ଷରୁ କୁହ ଯାଇଛି । 

Leave A Reply

Your email address will not be published.