ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ହାତୀ ବେକରେ ଲାଗିବ ରେଡିଓ କଲାର

0

ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଢିଛନ୍ତି। ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ହାତୀ-ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ମୁହାଁମୁହିଁ ପରିସ୍ଥିତି ସଂପର୍କରେ ଏକ କର୍ମଶାଳା ଚାଲିଥିବା ବେଳେ ଅନ୍ୟପଟରେ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଏ ସଂପର୍କରେ କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଶ୍ରୀ ଉପାଧ୍ୟାୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଖୁବ୍ ଶୀଘ୍ର ଦକ୍ଷିଣ ଓଡିଶାରେ ହାତୀ ଅଭାୟାରଣ୍ୟ ଘୋଷଣା କରାଯିବ। କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଅଭୟାରଣ୍ୟ କରାଯିବ।

କେବଳ ସେତିକି ନୁହେଁ,ହାତୀ ସୁରକ୍ଷାରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ବନ ବିଭାଗର ଆଲୋଚନା ଆରମ୍ଭ ହୋଇଛି। ହାତୀଙ୍କ ଶବ୍ଦ ଦୂରରୁ ଶୁଣି କିଭଳି ଲୋକଙ୍କୁ ସତର୍କ କରାଯିବ, ସେ ଦିଗରେ ଠୋସ୍ ରାସ୍ତା ନିର୍ଣ୍ଣଯ କରାଯିବ। ଏଥିପାଇଁ ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ। ଏହାବ୍ୟତୀତ ବିଭାଗ ସ୍ଥିର କରିଛି ଯେ ରାଜ୍ୟ ଜଙ୍ଗଲରେ ଦୁର୍ଦାନ୍ତ ଅବସ୍ଥାରେ ବୁଲୁଥିବା ତିନି ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ। ଏହାଦ୍ବାରା ସେମାନଙ୍କ ଗତିବିଧି ସଂପର୍କରେ ଜାଣିହେବ।

Leave A Reply

Your email address will not be published.