ପ୍ରମୁଖ ଖବର

ବେଆଇନ୍‌ ଭାବେ ଫାଇନ୍‌ ଆଦାୟ କରି ଗଞ୍ଜାମ ଏଆରଟିଓ ଓ ଜୁନିୟର୍ ଏମଭିଆଇ ଗିରଫ
ଏସାର ଗ୍ରୁପ୍ ସହପ୍ରତିଷ୍ଠାତାଙ୍କ ଦେହାନ୍ତ, ୮୦ ବର୍ଷ ବୟସରେ ଶଶି ରୁଇଆଙ୍କ ପରଲୋକ
ପାଣ୍ଡିଆନଙ୍କ ପତ୍ନୀ ଇଏଏସ୍‌ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ
ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ
ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ସମେତ ୪ଟି ରାଜ୍ୟର ମୋଟ୍‌ ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ

ଆଇଟିଇଆର୍ ନିକଟରେ ଜଗମୋହନ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଶନିବାର ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ ।

ଜଗମୋହନ ନଗର ଅଂଚଳରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ବେଳେ ଆଇଟିଇଆର୍ କଲେଜରେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସିଥାନ୍ତି । ଶିକ୍ଷାନୁଷ୍ଠାନ ନିକଟବର୍ତୀ ଅଂଚଳଗୁଡ଼ିକରେ ଅନେକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଇନ୍ଶୃଙ୍ଖଳା ପରିସ୍ଥିତିର ତଦାରଖ, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ନିମନ୍ତେ ଏହି ଅଂଚଳରେ ଏକ ଫାଣ୍ଡିର ଆବଶ୍ୟକତା ରହିଥିଲା ବୋଲି ଏହାର ଉଦ୍‌ଘାଟନ କରି ପୋଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । ଫାଣ୍ଡି ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ଆଇଟିଇଆର ପରିସରରେ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ଶ୍ରୀ ସିଂ ଓ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ ତିନୋଟି ବୃକ୍ଷ ରୋପଣ କରିଥିଲେ । ଫାଣ୍ଡି ଉଦ୍‌ଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜୋନ୍‌-୪ର ଏସିପି ଶ୍ରୀ ପି.କେ. ରାଉତ, ଖଣ୍ଡଗିରି ଥାନା ଅଧିକାରୀ ଶ୍ରୀ ଦୟାନିଧି ନାୟକ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଶ୍ରୀ ଯୁଗଳ କିଶୋର ଦାସ, ଡାଇରେକ୍ଟର ଲିଗାଲ ସର୍ଭିସେସ୍ ଶ୍ରୀ ସଞ୍ଜୟ କୁମାର ସାହୁ , ଆସିଷ୍ଟାଂଟ ପ୍ରଫେସର ସତୀଶ କୁମାର ସାମଲ, ସଂପୃକ୍ତ ଫାଣ୍ଡିର ଇନ୍‌ଚାର୍ଜ ଶ୍ରୀ ବିଶ୍ୱଜିତ୍ ସାମନ୍ତରାୟ ତଥା ଜଗମୋହନ ନଗର ଅଂଚଳର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.