ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଏନଆରସିକୁ ସମର୍ଥନ କରୁନୁ: ନବୀନ

0
  • କଂଗ୍ରେସ ଓ ବାମ ଦଳ ଆଭିମୁଖ୍ୟ ନେଇ କଡ଼ା ମନ୍ତବ୍ୟ ରଖିଲେ ଭର୍ତୃହରି
  • ସିଏଏ ସମର୍ଥନ ନେଇ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ନାଗରିକତା ସଂଶାଧନ ବିଲର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ। କେବଳ ବିଦେଶୀଙ୍କ ସହ। ଆମ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ଆମେ ଏନଆରସିକୁ ବିରୋଧ କରୁଛୁ। ତେଣୁ ମୁଁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଉଛି। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।

୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବା ପୂୁର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏଭଳି ଆବେଦନ ରଖିଛନ୍ତି। ନବୀନ ନିବାସକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ସେ ଏ ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଫଳରେ ବିଜେଡିର ଭୂମିକା ନେଇ ଯେଉଁ ପ୍ରଶ୍ନ ଉଠୁଥିଲା, ସେଥିରେ ଆପାତତଃ ପୂର୍ଣ୍ଣଛେଦ ପଡିଛି।

ସେପଟେ ବିଜେଡି ସାଂସଦ ଭର୍ତୃହରି ମହତାବ ମଧ୍ୟ ଏ ପ୍ରସଙ୍ଗରେ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ସାଂସଦ ଶ୍ରୀ ମହତାବ କହିଛନ୍ତି, ସିଏଏକୁ ନେଇ ହେଉଥିବା ପ୍ରତିବାଦକୁ ସେ ନିନ୍ଦା କରୁଛନ୍ତି। ମୁସଲମାନ ମାନଙ୍କ ମନରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ଅଯଥାରେ ଭୟ ସୃଷ୍ଟି କରୁଛନ୍ତି। କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ପାଇଁ ଆଇନ ବିପକ୍ଷରେ ଯାଉଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସିଏଏକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଏହି ଆଇନ ଯୋଗୁ ମୂଳ ଭାରତୀୟ ପ୍ରଭାବିତ ହେବେନି। ତେବେ ନବୀନଙ୍କ ଏନଆରସି ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ଶ୍ରୀ ନାୟକ। କହିଛନ୍ତି, ଦେଶରେ ଏନ୍ଆରସି ଲାଗୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ଆସିନାହିଁ। ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେଉଛନ୍ତି? ଏମିତି ଡବଲ ଷ୍ଟାଣ୍ଡାର୍ଡ କଥା କହିବା ଦୁଃଖଦାୟକ।

Leave A Reply

Your email address will not be published.