ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ

0

ଭୁବନେଶ୍ୱର, ୧୫/୧୨: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ ଡାକ୍ତର ଅଶୋକ ଢ଼ାବଲେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ୩୯ ତମ ଆଇଡିଏ ର ଓଡ଼ିଶା ରାଜ୍ୟ ସମ୍ମିଳନୀ ୨୦୨୩ ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଢ଼ାବଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଭାରତରେ ୩୭୦ ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦନ୍ତ ଚିକିତ୍ସକ ଅଛନ୍ତି ବୋଲି କହିଥିଲେ । ତେବେ ଏହି ସବୁ କଲେଜ ଗୁଡ଼ିକରେ ପାଠ୍ୟକ୍ରମର ପରିଚାଳନା ନିମନ୍ତେ ନ୍ୟାସ୍‌ନାଲ୍ ଟାସ୍କ ଫୋର୍ସର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଚଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୯ମ ସ୍ଥାନରେ ରହିଥିବାରୁ ସେ ବିଶ୍ଵବିଦ୍ୟାଳୟର ପ୍ରଶଂସା କରିଥିଲେ ।
ମୁଖର ତଥା ଦାନ୍ତର ସ୍ୱାସ୍ଥ୍ୟକୁ ନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ପିଲାମାନଙ୍କୁ ଛୋଟବେଳରୁ ହିଁ ଦାନ୍ତର ଯତ୍ନ ନେଇ ଶିକ୍ଷା ଦେବା ଆବଶ୍ୟକ ବୋଲି ଡାକ୍ତର ଢ଼ାବଲେ କହିଥିଲେ । ଏ ନେଇ ନ୍ୟାସ୍‌ନାଲ୍ ସ୍କୁଲ୍ ଓରାଲ ହେଲ୍‌ଥ ପ୍ରୋଗ୍ରମ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତ। କରି ସୋଆର ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟ ଓ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଇଡିଏ କଳିଙ୍ଗର ସଭାପତି ତଥା ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଓ ଆଇଡିଏ ଓଡ଼ିଶାର ସଭାପତି ଡାକ୍ତର ମାଇକେଲ୍ ଜନ୍ ମତ ରଖିଥିବା ବେଳେ ଆଇଡିଏ କଳିଙ୍ଗର ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଆଇଡିଏ ଓଡ଼ିଶାର ସମ୍ପାଦକ ଡାକ୍ତର ସୁବାଷ ଚନ୍ଦ୍ର ନାୟକ, କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଳାଷ ମହାପାତ୍ର ଓ ସାଇଂଟିଫିକ୍ ଚେୟାରମ୍ୟାନ ଡାକ୍ତର ଅନୁରାଗ ଶତପଥୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଡାକ୍ତର ପି.କେ. ନନ୍ଦଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଡାକ୍ତର ଦୀପକ କୁମାର ମାଝୀଙ୍କୁ ଶ୍ରେଷ୍ଠ ସମ୍ପାଦକ (ଲୋକାଲ୍ ବ୍ରାଂଚ) ଆୱାର୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ଇପ୍ସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସାରା ଦେଶରୁ ପ୍ରାୟ ୬୦୦ ରୁ ୭୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.