ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସ୍‌ଡି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର,ଡିସେମ୍ବର ୨୮: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍ଡେ ଭଲପ୍‌ମେଂଟ’ (ସିୱାଇଏସ୍‌ଡି) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ବୁଝାମଣା ଅନୁଯାୟୀ ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ । ଛାତ୍ରଛାତ୍ରୀ ଓ ଗବେଷଣାରତ ସ୍କଲାରମାନଙ୍କୁ ସମାଜ ସହ ସମ୍ପର୍କ ଓ ଲିଙ୍ଗଗତ ଅଧ୍ୟୟନ କ୍ଷେତ୍ରରେ ଅବଗତ କରାଯିବ । ସେହିପରି କୃଷି ଜଙ୍ଗଲ, ସାମୂହିକ ଚାଷ, ଜଳସେଚନ ବିକାଶ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ବିଷୟରେ ମଧ୍ୟ ପ୍ରଶକ୍ଷିଣ ଦିଆଯିବ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ସାମଗ୍ରିକ କୃଷି ପଦ୍ଧତି ଉପରେ କାର୍ଯ୍ୟ କରିବେ ଓ ଓଡିଶାର କେତେକ ପଛୁଆ ଅଂଚଳରେ ଏହାକୁ ନେଇ ପାଇଲଟ ପ୍ରୋଜେକ୍ଟ କରାଯିବ । ଯୁବଶକ୍ତି କୁ ବିକାଶ ତଥା ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ବ୍ୟବହାର କରାଯିବ ।

ଏହି ଅବସରରେ ଶ୍ରୀ ଜଗଦାନନ୍ଦ କହିଥିଲେ ସିୱାଇଏସ୍‌ଡି ଏବଂ ସୋଆ ଗ୍ରାମାଂଚଳର ଲୋକଙ୍କ ମଧ୍ୟରେ ନେତୃତ୍ୱ ବିକାଶରେ ସାହାଯ୍ୟ କରିବା ସହ ତୃଣମୂଳ ସ୍ତରର ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବେ । ଗ୍ରାମାଂଚଳର ସାମାଜିକ ସ୍ତରରେ ସୋଆ ଯେଉଁ କାର୍ଯ୍ୟ କରୁଛି ସେଗୁଡ଼ିକରେ ମଧ୍ୟ ସିୱାଇଏସ୍‌ଡି ସହାୟତା କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ସିୱାଇଏସ୍‌ଡିର ଚିଫ୍ ଅପରେଟିଙ୍ଗ୍ ଅଫିସର ଶ୍ରୀ ହରିଶ ଚନ୍ଦ୍ର ସିଂ ଏବଂ ପ୍ରୋଗ୍ରାମ ଡାଇରେକ୍ଟର ଶ୍ରୀ ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.