ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ସହରର ନବକଳେବର ହେବ

0
  • କଟକ ଗସ୍ତ ବେଳେ ନବୀନଙ୍କର ବଡ଼ ଘୋଷଣା, ରିଙ୍ଗ୍ ରୋଡକୁ କରାଯିବ ଛଅ ଥାକିଆ
  • ମହାନଦୀ କୂଳର ଉନ୍ନତିକରଣ ସହ ଅବସର ବିନୋଦନ କେନ୍ଦ୍ରରେ ରୂପାନ୍ତରିଚ ହେବ
  • ସହରବାସୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ, ସରକାର ଯୋଗାଇଦେବେ ସମ୍ବଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସଂର୍ପକ‌ରେ ସମୀକ୍ଷା କରିଥିଲେ। କଟକ ସହରର ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରିଙ୍ଗ ରୋଡକୁ ୬ଥାକିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ କଟକ ଏସସିବି ମେଡିକାଲ କଲେଜର ଉନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରେ ଆରମ୍ଭ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ହଜାର ବର୍ଷର ଆମ କଟକ ସହର। ଅନେକ ଐତିହାସିକ ସ୍ମୁତି ବହନ କରୁଛି ଆମର ପ୍ରିୟ କଟକ ସହର। ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ବ । ଏଥିସହିତ ସେ କଟକ ସହରର ବିକାଶରେ ସହରବାସୀଙ୍କର ସହଯୋଗ କାମନା କରିଥିଲେ। କଟକ ସହର ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ,ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଐତିହାସିକ କଟକ ସହର ଦେଇ ପ୍ରବାହିତ ହେଉଛି ମହାନଦୀ। ଓଡିଶାର ଜୀବନରେଖା। ମହାନଦୀର ପୁନଃରୁଦ୍ଧାର ଜମିରୁ କଟକ ସହରରେ ମୁକ୍ତ ପରିବେଶ ସହିତ ନଦୀ କୂଳ ବିକାଶ କରାଯାଇ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରାଯିବ। ପୁନଃରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଂଚକୁ ସହରବାସୀଙ୍କ ସୁଖସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କ୍ରୀଡା ଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଅବସର ବିନୋଦନ ଏବଂ ପରିବେଶର ଉନ୍ନତ୍ତି ନିମନ୍ତେ ଏଠାରେ ପଦକ୍ଷେପ ନିଆଯିବ। ଏହି ଜମିର ଅଧିକାଂଶ ଅଞ୍ଚଳ ସବୁଜିମା ସୃଷ୍ଟି ପାଇଁ ବିନିଯୋଗ କରାଯିବ।

କଟକ ସହର ପାଇଁ ଏହିସବୁ ଯୋଜନା ନିମନ୍ତେ ଅଭିଜ୍ଞ ସହରାଞ୍ଚଳ ପ୍ରସ୍ତୁତିକାରୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କ ସହରର ବିକାଶରେ ଜନସାଧାରଣଙ୍କର ଅବଦାନକୁ ଗୁରୁତ୍ବ ଦେବା ନିମନ୍ତେ ଜନସାଧାରଣଙ୍କ ମତାମତକୁ ଗ୍ରହଣ କରାଯାଇ ଚୂଡାନ୍ତ ଯୋଜନା ପ୍ରସ୍ତୁତ କରାଯିବ। କଟକ ସହର ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ। ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.