ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ନିର୍ବାଚନ ଲଢ଼ିବେ ସୌମ୍ୟ ପଟ୍ଟନାୟକ

0

ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରିବା ପରେ ସୌମ୍ୟ ଏହି ଘୋଷଣା କରିଛନ୍ତି।

ଜନସଭା ପରେ ସୌମ୍ୟ କହିଛନ୍ତି ଯେ, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଘସିପୁରା ଅଞ୍ଚଳରେ ଦୀର୍ଘଦିନ ଧରି ହେଉଥିବା ଗୁଣ୍ଡାଗର୍ଦ୍ଦି, ହତ୍ୟାକାଣ୍ଡ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକେ ସ୍ୱର ଉଠାଇବାକୁ ଲାଗିଲେଣି। ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି। ତେଣୁ ଲୋକଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛି। ଆସନ୍ତା ୬ ତାରିଖ କିମ୍ବା ତା ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.