ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁଜାତା

0

ଭୁବନେଶ୍ବର: ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ବଦଳି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ମଧ୍ୟ ବଦଳି । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ରହିବେ ସୁଜାତା । କାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ବିଜେପିର ଅଭିଯୋଗ ପରେ ଦେଇଥିଲେ ବଦଳି ନିର୍ଦ୍ଦେଶ । ତାଙ୍କ ବଦଳରେ ଶାଲିନୀ ପଣ୍ଡିତଙ୍କୁ ଏବେ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.