ଭୁବନେଶ୍ବର: ନିର୍ବାଚନ ଶେଷ ପରେ ବି ରାଜନୀତି ତାତି କମିନି। ଆଜି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଇଛି। ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କ ଆକ୍ରମଣ ଘଟଣାରେ ସେମାନେ ଆନ୍ଦୋଳନ କରିବେ। ଡିଜି ଅଫିସ ଘେରାଉ କରିବ ଯୁବମୋର୍ଚ୍ଚା। ଘଟଣାର ତିନି ଦିନ ପରେ କାହିିଁକି ଓ କାହା ଚାପରେ ଏହି ଘଟଣାରେ ସଂପୃକ୍ତ ଥିବା ବିଜେଡି ବିଧାୟକ ଓ ସରପଞ୍ଚ ତଥା ଅନ୍ୟ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେ ନେଇ ଶ୍ରୀ ପାତ୍ର ଅସନ୍ତୋଷ ଝାଡ଼ିଛନ୍ତି। ଆସନ୍ତା ୨୪ ଘଣ୍ଟାର ସମୟ ଦେଇଛି ବିଜେପି। ଅନ୍ୟଥା ଯାହା ବି ପରିସ୍ଥିତି ହେବ, ସେଥିପାଇଁ ଡିଜି ଦାୟୀ ରହିବେ ବୋଲି ଦଳ କହିଛି। ଏପରିକି ଭୁନବେଶ୍ବରରେ ସଂପୃକ୍ତ ନେତାଙ୍କୁ ଅଣ୍ଡାମାଡ଼ ହେବ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି।
ପ୍ରମୁଖ ଖବର
ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ