ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ପୁରୀରେ ହେବନି ବିଜୟ ଶୋଭାଯାତ୍ରା

0

ପୁରୀ : ନିର୍ବାଚନର ଗଣତି କାଲି ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି। ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। ବିଜୟ ଉତ୍ସବ ପାଳନ ପାଇଁ କୌଣସି ଡିଜେ, ବାଣଫୁଟା ଏବଂ ଶୋଭାଯାତ୍ରାକୁ ବାରଣ କରାଯାଇଛି। ଏ ନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି। ଯଦି କେହି ନିୟମ ଭଙ୍ଗ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

ଆସନ୍ତାକାଲି ପୁରୀରେ ବ୍ୟାପକ ପୁଲିସ ମୁତୟନ କରାଯିବ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଜିଲାପାଳ ଜାରି କରିଥିବା ନିର୍ଦେଶକୁ ଯେଉଁମାନେ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ପ୍ରକାଶ କରିଛନ୍ତି। ଏହା ସହିତ କିଛି ସମାଜସେବୀ କହିଛନ୍ତି ଯେ, ବିଜୟ ଶୋଭା ଯାତ୍ରାରେ ଯେଉଁ ଅର୍ଥ ଖର୍ଚ ହେବ ତାହାକୁ ବାଣ ବିସ୍ଫୋରଣରେ ଆହତଙ୍କ ଚିକିତ୍ସାରେ ଲଗାଯାଇ ପାରିଲେ ସେମାନେ ଉପକୃତ ହେବ ।

Leave A Reply

Your email address will not be published.