ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଲାଗିଲା ଲାଇଟ୍, ପୁଣି ଚମକିବ ଶ୍ରୀମନ୍ଦିର

0

ପୁରୀ : ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ସଂସ୍ଥାର ୧୦ ଜଣ କର୍ମଚାରୀ ଲାଇଟ୍ ଲଗାଉଛନ୍ତି। ଠିକା ସଂସ୍ଥା ଥାର୍ଡ ୱେବ ପକ୍ଷରୁ ଲଗାଗଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପରେ ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପି ପରେ ସ୍ଥିତି ବଦଳିଛି। ଲାଇଟ ଖୋଲି ନେଇଥିବା ସଂସ୍ଥା ଶନିବାର ପୁଣି ଲାଇଟ ଲାଗିଛି।

ଆଜି ସନ୍ଧ୍ୟାରୁ ପୁଣି ଚମକିବ ପୁରୀ ଶ୍ରୀମନ୍ଦିର। ଲାଇଟ୍‌ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଆସିଲା ଲାଇଟ୍‌। ତିନି ଦିନ ହେବ ଅନ୍ଧାରରେ ଥିଲା ଶ୍ରୀମନ୍ଦିର। ଲଗାଗଲା ଉଚ୍ଚ କ୍ଷମତା ସମ୍ପନ୍ନ ଲେଜର ଲାଇଟ୍‌। ପୂର୍ବରୁ ଲାଇଟ୍‌ରେ ଝିଲିମିଲି ହେଉଥିଲା ଶ୍ରୀମନ୍ଦିର, ହେଲେ ଏବେ ପୂରା ଅନ୍ଧକାର ମୟ ହୋଇଯାଇଥିଲା ।ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ଲଗାଯାଇଥିଲା। ରାତିରେ ଚମକୁଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ । ରାତାରାତି ଲାଇଟ୍ ଖୋଲିନେଲେ ଠିକାଦାର। ଏବେ ପୁଣି ଥରେ ଲାଗିଲା ଲାଇଟ୍‌।

Leave A Reply

Your email address will not be published.