ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ଅଡୁଆରେ ଅଚ୍ୟୁତ ସାମନ୍ତଙ୍କ ‘କିସ୍’

0

ଭୁବନେଶ୍ବର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍)କୁ ବଡ଼ ଝଟକା। ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- ‘କିସ୍’ କୁ ନେଇ ଅଡୁଆ ଉପୁଜିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ। କିସ୍‌କୁ ଦିଆଯାଇଥିବା ୪ ଏକର ଜଙ୍ଗଲ ଜମିର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ମନ୍ତ୍ରଣାଳୟରୁ ମୁଖ୍ୟଶାସନ ସଚିବ ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଆସିଛି।

ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଆଳରେ କିସ୍‌ କେତେ ସରକାରୀ ଜମି ହାତେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜିଲାପାଳ ତଦନ୍ତ କରିବେ। ଚିଠି ପାଇବା ପରେ ଜିଲାପାଳ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତାଙ୍କୁ ସେ କହିଛନ୍ତି ”ଚିଠି ପାଇଛୁ। ଏହା ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସ ପାଖରେ ଅଛି। ଏହି ପରିପ୍ରେକ୍ଷୀରେ ସ୍ପଷ୍ଟୀକରଣ ଖୋଜାଯିବ। ଆଗରୁ କଣ ହୋଇଥିଲା ତାହା ଜାଣିନୁ, କେସ୍ ରେକର୍ଡ ଷ୍ଟଡି କରାଯାଉଛି। ସେହି ସ୍ଥାନରେ କ’ଣ ହୋଇଛି ତଦନ୍ତ କରାଯିବ।”

ତେବେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏହି ଚିଠିରେ ଲେଖିଛନ୍ତି ଯେ ଏହି ପ୍ରସ୍ତାବ ପ୍ରକ୍ରିୟାକରଣ ବେଳେ ଜଙ୍ଗଲ ଅଧିକାର ଆଇନ (ଏଫଆରଏ) କୁ ଉପଯୁକ୍ତ ପାଳନ କରିବା ନେଇ ଅଭିଯୋଗ ଆସିଛି। ଏହି ଦୃଷ୍ଟିରୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗୁଛି। ତେଣୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଆବଶ୍ୟକ ସ୍ପଷ୍ଟୀକରଣ ନ ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଏହି ପ୍ରକ୍ରିୟା ଆଗକୁ ନ ବଢାଇବାକୁ ପରାମର୍ଶ ଦିଆଯାଇଛି ଏବଂ ଏହି ମାମଲାରେ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମଗାଯାଉଛି।

Leave A Reply

Your email address will not be published.