ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅଡୁଆରେ ଅଚ୍ୟୁତ ସାମନ୍ତଙ୍କ ‘କିସ୍’

0

ଭୁବନେଶ୍ବର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍)କୁ ବଡ଼ ଝଟକା। ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- ‘କିସ୍’ କୁ ନେଇ ଅଡୁଆ ଉପୁଜିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ। କିସ୍‌କୁ ଦିଆଯାଇଥିବା ୪ ଏକର ଜଙ୍ଗଲ ଜମିର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ। ମନ୍ତ୍ରଣାଳୟରୁ ମୁଖ୍ୟଶାସନ ସଚିବ ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଆସିଛି।

ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଆଳରେ କିସ୍‌ କେତେ ସରକାରୀ ଜମି ହାତେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜିଲାପାଳ ତଦନ୍ତ କରିବେ। ଚିଠି ପାଇବା ପରେ ଜିଲାପାଳ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତାଙ୍କୁ ସେ କହିଛନ୍ତି ”ଚିଠି ପାଇଛୁ। ଏହା ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସ ପାଖରେ ଅଛି। ଏହି ପରିପ୍ରେକ୍ଷୀରେ ସ୍ପଷ୍ଟୀକରଣ ଖୋଜାଯିବ। ଆଗରୁ କଣ ହୋଇଥିଲା ତାହା ଜାଣିନୁ, କେସ୍ ରେକର୍ଡ ଷ୍ଟଡି କରାଯାଉଛି। ସେହି ସ୍ଥାନରେ କ’ଣ ହୋଇଛି ତଦନ୍ତ କରାଯିବ।”

ତେବେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏହି ଚିଠିରେ ଲେଖିଛନ୍ତି ଯେ ଏହି ପ୍ରସ୍ତାବ ପ୍ରକ୍ରିୟାକରଣ ବେଳେ ଜଙ୍ଗଲ ଅଧିକାର ଆଇନ (ଏଫଆରଏ) କୁ ଉପଯୁକ୍ତ ପାଳନ କରିବା ନେଇ ଅଭିଯୋଗ ଆସିଛି। ଏହି ଦୃଷ୍ଟିରୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗୁଛି। ତେଣୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଆବଶ୍ୟକ ସ୍ପଷ୍ଟୀକରଣ ନ ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଏହି ପ୍ରକ୍ରିୟା ଆଗକୁ ନ ବଢାଇବାକୁ ପରାମର୍ଶ ଦିଆଯାଇଛି ଏବଂ ଏହି ମାମଲାରେ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମଗାଯାଉଛି।

Leave A Reply

Your email address will not be published.