ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଖୁବଶିଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ : ସୁରେଶ ପୂଜାରୀ

0

ଭୁବନେଶ୍ବର: ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏହି ବିବାଦ ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼ ସହ ଆଲୋଚନା କଲେ ନାହିଁ ଏପରିକି ଟ୍ରିବ୍ୟୁନାଲକୁ ମଧ୍ୟ ସାହାର୍ଯ୍ୟ କଲେ ନାହିଁ। ସେପଟେ କେନ୍ଦ୍ର ଜନ କମିଶନଙ୍କ ନିକଟରେ ମଧ୍ୟ ସଠିକ୍ ତଥ୍ୟ ରଖିଲେ ନାହିଁ। ଯେଉଁଥିପାଇଁ ଏହି ମାମଲା ଏତେ ଦିନ ହେବ ପଡ଼ିଛି ରହିଛି। କିନ୍ତୁ ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶିଘ୍ର ଆମେ ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ବହୁ ବର୍ଷ ଧରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଉଛି । କିନ୍ତୁ ଛତିଶଗଡ଼ ତାର ନିଜ ସ୍ୱାର୍ଥ ସାଧନ କରୁଥିବା ବେଳେ ଓଡିଶାକୁ ହକ ମିଳିପାରୁନାହିଁ । ବର୍ତ୍ତମାନ ରାଜନୈତିକ ସ୍ଥିତି ବଦଳିଥିବାରୁ ଏହି ସମସ୍ୟାର ସମାଧାନ ନେଇ ଲୋକେ ଆଶାବାଦୀ ହୋଇପଡିଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Leave A Reply

Your email address will not be published.