ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

କୁମ୍ଭୀର ଆକ୍ରମଣରେ ବାଳକ ମୃତ

0

ଅନୁଗୁଳ: ମହାନଦୀ କୂଳରେ ଗୋଧୋଇବା ବେଳେ ଜଣେ ବାଳକକୁ କୁମ୍ଭୀର ଆକ୍ରମଣ କରିଛି। ଏଥିରେ ବାଳକର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଧିନ ଘାଟସାହି ନିକଟ ମହାନଦୀ କୂଳରେ ଆସ ପୂର୍ବାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ବାଳକର ନାମ ସମୀର ନାୟକ। ବୟସ ମାତ୍ର ୮ ବର୍ଷ।

ସୂଚନାଯୋଗ୍ୟ; ପିଲାଟି ଆଜି ଟିକରପଡା ମହାନଦୀ କୂଳରେ ଖେଳୁଥିଲ। ଏହି ସମୟରେ  ହଠାତ୍ ଏକ କୁମ୍ଭୀର ସମୁଦ୍ରରୁ ଆସି ନାବାଳକକୁ ଟାଣି ନେଇଥିଲା।ପରେ  ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବାର କିଛି ସମୟ ପରେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାଳକର ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

Leave A Reply

Your email address will not be published.