ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଟ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଫ୍ଲାଏ ଓଭର ନିକଟ ଏନ୍ଏଚ୍-୧୬ ରେ ଜଣେ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳଙ୍କୁ ଗାଡି ଧକ୍କା ଦେବା ଘଟଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।

ଟ୍ରକ ଧକ୍କାରେ ଟ୍ରାଫିକ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଚାଳକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗହୀରଗଡିଆ ଗ୍ରାମର ପ୍ରଶାନ୍ତ କୁମାର ନାଏକ (୨୮)। ତାଙ୍କ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଆଇଚର୍‌ ଟ୍ରକ(ଓଡି୦୫ବିପି-୯୯୧୫)କୁ ମଧ୍ୟ ପୋଲିସ ଜିବତ କରିଛି।

ସମ୍ପୃକ୍ତ ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସାରେ ରାଜଧାନୀରେ ପ୍ରବଳ ବର୍ଷା ହେବା ସହ ଟ୍ରାଫିକ୍‌ ଜାମ ମଧ୍ୟ ହୋଇଥିଲା। ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରିସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ୧୦ରେ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ୍‌ ପାର୍‌ ହେଉଥିବାବେଳେ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଟ୍ରକଟି ମଧୁସୂଦନଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ଦୁର୍ଘଟଣା ଘଟାଇ ପ୍ରଶାନ୍ତ ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣୀରେ ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସି ଦଫା ୨୭୯, ୩୦୪ରେ ମାମଲା (ନଂ.୩୯୦/୨୦୨୪) ରୁଜୁ ହୋଇଥିଲା। ତେବେ ମଙ୍ଗଳବାର ସକାଳ ପ୍ରାୟ ୭ାଟା ୩୦ ବେଳେ ପ୍ରଶାନ୍ତ ରଶୁଲଗଡରେ ଥିବା ଜଣାପଡିବା ପରେ ପୋଲିସ ଚଢ଼ଉ କରି ତାଙ୍କୁ କାବୁ କରିଥିଲା।

Leave A Reply

Your email address will not be published.