ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ହାଇକୋର୍ଟ ଗଲେ ଏଲିନା

0

ଧର୍ମଶାଳା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ। ଧର୍ମଶାଳାର ‘ବଲେ ବଲେ ଢାବା’ ତାଙ୍କ ନାଁରେ ନ ଥିବା ସେ କହିଛନ୍ତି। ମିଡିଆ ଓ ସୋସିଆଲ ମିଡିଆ ଖବର ଉପରେ ରୋକ ପାଇଁ ଏଲିନା ଆବେଦନ କରିବା ସହ ଢାବା ସହ ମୋର କି ଆମ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏଲିନା ଦାସଙ୍କ ସ୍ବାମୀ ସନ୍ଦୀପନ ମହାନ୍ତି ‘ବଲେ ବଲେ ଢାବା’ର ଲିଜ୍‌ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଏଲିନା ଆଜି ହାଇକୋର୍ଟ ଯାଇଛନ୍ତି। ଏଲିନାଙ୍କ ଓକିଲ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ଏଥିରେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ନାଁ ଯୋଡାଯାଇ ତାଙ୍କର ଚରିତ୍ର ସଂହାର କରାଯାଉଛି। ତାକୁ ବନ୍ଦ କରାଯିବା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ କରାଯାଇଥିବା ଏଲିନାଙ୍କ ଓକିଲ କହିଛନ୍ତି।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ ହୋଇଛି। ଏହାସହ ହୋଟେଲରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ ହେବା ନେଇ ନୋଟିସ ଜାରି କରାଯାଇଥିଲା।

Leave A Reply

Your email address will not be published.