ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି

0

ଭୁବନେଶ୍ବର: ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି। ୧୬ ଜଣିଆ କମିଟିର ଅଧ୍ଯକ୍ଷ ରହିବେ ଜଷ୍ଟିସ ବିଶ୍ବନାଥ ରଥ । ସଦସ୍ଯ ରହିବେ- ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ । ସେହିପରି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରହିବେ ମେମ୍ବର କନଭେନର।

୬ ତାରିଖରେ କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ପ୍ରେସମିଟ୍ କରି ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କମିଟି କାର୍ଯ୍ୟ କିପରି ହେବ ସେ ନେଇ ଆଲୋଚନା ହେବ। ଏହାସହ ଅଳଙ୍କାର ମାନ ପରୀକ୍ଷଣ ନେଇ କମିଟି ନିଷ୍ପତ୍ତି ନେବ। ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି। କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ। ସେହିପରି ଭଙ୍ଗ ହୋଇଛି ଜଷ୍ଟିସ ଆରିଜିତ ପଶାୟତ କମିଟି।

Leave A Reply

Your email address will not be published.