ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନୀତ ହେଲେ ଓଡ଼ିଆ ପୁଅ

0

ନୂଆଦିଲ୍ଲୀ: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ।।ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୨୦୨୩ ମାର୍ଚ୍ଚ ୧୨ ତାରିଖରେ ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍‌ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଏନେଇ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା। ଲିଡ ଡାଇଭର ଭାବେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା। ସେ ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନରେ ନିର୍ଭୀକ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ଜାହାଜଟି ଯେଉଁ ସ୍ଥାନରେ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଥିଲା। ତଥାପି ସେ ଅପରେଶନରେ ଯାଇ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ। ସାହସିକତାର ସହ ୧୮ ଫୁଟ ତଳକୁ ସେ ଓହ୍ଲାଇଥିଲେ। ପାଣି ମାଡ଼ ବିନା ବିଶ୍ରାମରେ ସେ ଡାଇଭିଂ ଜାରି ରଖିଥିଲେ। ପ୍ରତିକୂଳ ପରିସ୍ଥିତିରେ ସଫଳତାର ସହ ଜାହାର ଗୋଟିଏ ପାଶ୍ୱରୁ ଅନ୍ୟ ପାଶ୍ୱକୁ ୧୦୦ ଫୁଟ ପାର କରି ସେ ଟରେଷ୍ଟ ଏରିଆରେ ପହଞ୍ଚି ଥିଲେ। ନିଜ ସୁରକ୍ଷାକୁ ଭୃକ୍ଷେପ ନ କରି ଯେଉଁ ବୀରତ୍ୱ ଦେଖାଇଥିଲେ ସେନେଇ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.