ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କମ୍ୱିଂ ଅପରେସନରେ ୫ ମାଓବାଦୀ ଗିରଫ

0

ଛତିଶଗଡ: କମ୍ବିଂ ଅପରେଶନ ବେଳେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍‌ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍‌ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍‌ଜି ବାହିନୀ ଓ ଜିଲା ପୋଲିସ ମିଳିତ ଭାବେ ବିଜାପୁର ଜିଲାର ମେଟାପାଲ, ପୁସନାର ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରଖିଛନ୍ତି। ତେବେ ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ। ଏମାନେ ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.