ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ପଡ଼ିଲା ତ୍ରିସା ହସ୍ପିଟାଲ

0

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ତ୍ରିଶା’ ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର। ଗତକାଲି କଟକ ‘ତ୍ରିଶା’ ହସ୍ପିଟାଲରେ ନିଆଁ ଲାଗିଥିଲା। ଯାଞ୍ଚ ପ୍ରକ୍ରିୟା ଜାରି ଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଏହି ମେଡିକାଲରେ ନିଆଁ ଲାଗି ଜଣେ ଶିଶୁର ମୃତ୍ୟୁ ହେବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ଦେଇଛନ୍ତି। ସେପଟେ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗର ତଦନ୍ତ ସରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏସିସିବି ଓ ଶିଶୁଭବନରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କଥା ବୁଝିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ରୋଗୀ ଓ ନବଜାତକଙ୍କ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି ଘଟଣାର ଯେପରି ପୁନଃରାବୃତ୍ତି ନହେବ ସେ ନେଇ ଅଗ୍ନିଶମ ବିଭାଗ ଡିଜି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇ ଏକ ପଦପକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, କଟକର ପୁରୀଘାଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଗତକାଲି ଅପରାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ୩ୟ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଉପର ମହଲାରେ ରୋଗୀଥିବା ବେଳେ ଅଗ୍ନିଶମ ଟିମ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖରେ ଥିବା ତ୍ରୀଶା ଚାଇଲ୍ଡ କେୟାର ମଧ୍ୟ ପ୍ରଭାବିତ ହୋଇଥିଲା। ଘଟଣାରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୩୪ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ସେଥିରେ ୧୭ ଜଣ ନବଜାତ ଶିଶୁ ରହିଛନ୍ତି। ବାକି ୧୧ ଜଣ ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.