ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜ୍ୟ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ

0

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ।

ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୧ରୁ ତତ୍କାଳୀନ ରାଜ୍ୟ ସରକାର ସ୍ବର୍ଗତ ବିଜୁ ପଟ୍ଟନାୟକ ଶାସନକାଳରେ କ୍ରୀଡାବିଭାଗ ପକ୍ଷରୁ “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଯୋଜନା ଆରମ୍ଭ ହୋଇଥିଲା। ଯାହା ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ। ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି, ଏହା ସହିତ ଏକ ସକ୍ରିୟ କ୍ରୀଡ଼ା କ୍ୟାରିଅରରୁ ଅବସର ନେବା ପରେ ବି ତାଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ କ୍ରୀଡ଼ା ଏବଂ ଖେଳର ପ୍ରଚାରରେ ଯୋଗଦାନ ଜାରି ରଖିଛନ୍ତି ସେମାନଙ୍କୁ ଏହି ପୁରସ୍କାର ଆଜୀବନ ସଫଳତା ପାଇଁ ସମ୍ମାନ ପୂର୍ବକ ପ୍ରଦାନ କରାଯାଇଥାଏ। ମୋଟ ୮ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଏ।

ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ରଙ୍ଗ ଓ ନାମ ବଦଳାଉଛନ୍ତି ନୂଆ ସରକାର। ଏହିକ୍ରମରେ ଆଜି “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର”ର ନାମ ବଦଲାଇ ଏହାକୁ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ନାମିତ କରିଛନ୍ତି ରାଜ୍ୟ ସରକାର। ଯାହା ଆଗାମୀ ଜାତୀୟ କ୍ରୀଡା ଦିବସରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ନାମରେ ପ୍ରଦାନ କରାଯିବ।

Leave A Reply

Your email address will not be published.