ପ୍ରମୁଖ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

କାଠମାଣ୍ଡୁ ବିମାନରେ ଅଗ୍ନିକାଣ୍ଡ

0

କାଠମାଣ୍ଡୁ: କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନରେ ଘଟିଛି ବଡ ଧରଣର ଅଗ୍ନିକାଣ୍ଡ । ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଉଡ଼ାଣ ଭରିବା ସମୟରେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାପରେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ବିମାନରେ ୧୯ ଜଣ ଯାତ୍ରୀ ଥିଲେ।

ବିମାନର ପାଇଲଟ ୩୭ ବର୍ଷୀୟ ମନୀଷ ଶାକ୍ୟଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିନାମଙ୍ଗଳସ୍ଥିତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଟିଆଇଏର ସୂଚନା ଅଧିକାରୀ କହିଛନ୍ତି ଯେ ବିମାନଟି ଏୟାରଲାଇନ୍ସର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି।

Leave A Reply

Your email address will not be published.