ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା

0

ବାଂଲାଦେଶ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବଡ଼ ଖବର। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା। ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ। ଏହାପରେ ସେନା ହାତକୁ ଗଲା କ୍ଷମତା ଡୋରି। ହସିନା ଅପରାହ୍ନ ୨ .୩୦ଟା ସମୟରେ ସେ ବଙ୍ଗଭବନରୁ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି। ସେ ବାସଭବବନ ଛାଡିବା ପରେ ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। ଭଉଣୀ ଶେଖ ରିହାନାଙ୍କ ସହ ସେ ଦେଶ ଛାଡିଥିବା ନେଇ ବାଲାଂଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବାଲାଂଦେଶରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ଅନେକଙ୍କର ଜୀବନ ଗଲାଣି।

ସୂଚନା ଅନୁସାରେ, ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ। ଯେତେବେଳେ ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେେଶ ଗଠନ ହୋଇଥିଲା, ସେତେବେଳେ ମୁକ୍ତି ବାହିନୀର ଯୋଗ ଦେଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସଂରକ୍ଷଣ ଦିଆଯାଇଥିଲା। ବାଂଲାଦେଶର ସବୁ ସରକାରୀ ଚାକିରିରେ ସେମାନଙ୍କୁ ୩୦ ପ୍ରତିଶତ ପର୍ଯ୍ଯନ୍ତ ସଂରକ୍ଷଣ ଦିଆଯାଇଥିଲା। ଏହାର ପ୍ରତିବାଦରେ ଆରମ୍ଭ ହୋଇଥିଲା ଆନ୍ଦୋଳନ।

ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ବିପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ଆଜି ସେ ଇସ୍ତଫା ଦେଇଛନ୍ତି। ଶେଖ ହସିନା ଦେଶ ଛାଡିବା ପରେ ଭାରତ ଆସିଥିବା କୁହାଯାଉଛି। ଅନ୍ୟପଟେ ବାଲଂଦେଶରେ ଜାରି ରହିଥିବା ହିଂସା ପରିସ୍ଥିତିକୁ ନଜରରେ ରଖି ଭାରତ-ବାଲାଂଦେଶ ସୀମାରେ ହାଇଆଲର୍ଟ ଜାରି ହୋଇଛି।

Leave A Reply

Your email address will not be published.