ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପୁରୀରେ ପ୍ରବଳ ବର୍ଷା ସହ ଘଡଘଡି

0

ଆଜି ପୁରୀରେ ପ୍ରବଳ ବର୍ଷା। ଏହା ସହ ସକାଳୁ ସକାଳୁ ବର୍ଷା ସହ ଘଡଘଡି ବଜ୍ରପାତ ମଧ୍ୟ ଲାଗିରହିଛି। ଏହାସହିତ ବଜ୍ରପାତରେ ଜଣେ ମହିଳାଙ୍କର ମୃତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୧୦ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ପୁରୀରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି । ଏଥିରେ ଛଇତନା ଭୋଇ ସାହିର ଜଣେ ୪୫ ବର୍ଷିୟ ମହିଳା କୁନ୍ତି ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ବଜ୍ରପାତରେ ଆହତ ହୋଇଛନ୍ତି । ତେବେ ପ୍ରଥମେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ଷା ସମୟରେ ବିଲରେ କାମ କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.