ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ଆର୍ଥ ଅବଜରଭେସନ ସାଟେଲାଇଟର ସଫଳ ଉତକ୍ଷେପଣ

0

ଆନ୍ଧ୍ରପ୍ରଦେଶ: ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।। ଉତକ୍ଷେପଣ ହେଲା SSLV-D3 ରକେଟ୍ । ଆଜି ଦେଶର ସବୁଠୁ ଛୋଟ ରକେଟ ‘ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ’ରେ (SSLV-D3 ) ଆର୍ଥ ଅବଜରଭେସନ ସାଟେଲାଇଟ (EOS-08) ଲଞ୍ଚ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ସକାଳ ୯ଟା ୧୭ ମିନିଟର ଶ୍ରୀହରିକୋଟାର (ଆନ୍ଧ୍ରପ୍ରଦେଶ) ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହାର ସଫଳ ଉତକ୍ଷେପଣ ହୋଇଛି ।

ଆର୍ଥ ଅବଜରଭେସନ ସାଟେଲାଇଟ ( EOS-08) ଏକ କ୍ଷୁଦ୍ର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଓ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏହି ସାଟେଲାଇଟ ପରିବେଶ ପର୍ଯ୍ୟବେକ୍ଷଣ, ପାଣିପାଗ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ । ୧୭୫.୫ କେଜି ବିଶିଷ୍ଟ ଏହି EOS-08ରେ ତିନୋଟି ଷ୍ଟେଟ-ଅଫ-ଦ ଆର୍ଟ ପେଲୋଡ ଅଛି ଯଥା, ଇଲେକ୍ଟ୍ରୋ ଅପଟିକାଲ ଇନଫ୍ରାରେଡ ପେଲୋଡ (EOIR), ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମ ରିଫ୍ଲେକୋମେଟ୍ରି ପେଲୋଡ (GNSS-R) ଓ ସିଫ ୟୁବି ଡୋଜିମିଟର (SiC UV Dosimeter) । SSLV ରକେଟର ଲମ୍ବା ୩୪ ମିଟର ଓ ବ୍ୟାସ ୨ ମିଟର । SSLVର ଓଜନ ୧୨୦ ଟନ ଅଟେ । ଏସଏସଏଲବି ୧୦ରୁ ୫୦୦ କିଲୋର ପେଲୋଡସ୍‌କୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । SSLV ମାତ୍ର ୭୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯାଏ ।

Leave A Reply

Your email address will not be published.