ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ପାରା ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨୦

0

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍‌। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଭାରତ ଏଥର ୨୫ ଟାର୍ଗେଟରେ ଓହ୍ଲାଇଥିଲା । ଯାହାକି ପୂର୍ଣ୍ଣ ହେବା ପରି ଲାଗୁଛି । ୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି । ସୂଚନାଯୋଗ୍ୟ, ପାରା ଅଲିମ୍ପିକ୍ସର ଆରମ୍ଭ ରୋମରେ ୧୯୬୦ରେ ହୋଇଥିଲା । ଭାରତ ୧୯୬୮ରେ ପାରା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା । ପଦାର୍ପଣ ଗେମ୍ସରେ ଭାରତ ପଦକ ଜିତି ପାରି ନ ଥିଲା ।

୧୯୭୨ ହିଡଲବର୍ଗ ଗେମ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୭୬ ଓ ୧୯୮୦ ଗେମ୍ସରେ ଟିମଇଣ୍ଡିଆ ଅଂଶଗ୍ରହଣ କରି ନ ଥିଲା । ୧୯୮୪ରେ ୪ ପଦକ ସହ ୩୭ତମ ସ୍ଥାନରେ ରହିଥିଲା । ୧୯୮୮, ୧୯୯୨, ୧୯୯୬, ୨୦୦୦ ଓ ୨୦୦୮ ଗେମ୍ସରେ ଭାରତ କୌଣସି ପଦକ ଜିତି ନ ଥିଲା । ୨୦୦୪ରେ ୪, ୨୦୧୨ରେ ୧ ଓ ୨୦୧୬ରେ ୪ ପଦକ ହାସଲ କରିଥିଲା । ଏବେ ପ୍ୟାରିସ ଗେମ୍ସରେ ଭାରତ ନିକଟରେ ଇତିହାସ ରଚିବା ସୁଯୋଗ ରହିଛି । ଆଉ ୩ଟି ସ୍ୱର୍ଣ୍ଣ ପଦକ ହାସଲ କଲେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ହେବ ।

Leave A Reply

Your email address will not be published.