ପ୍ରମୁଖ ଖବର

ୟନାଡରୁ ଉପ-ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ
ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

ଓଡିଶାରୁ ସ୍ଥାନାନ୍ତରିତ ହେବନି ଜେଏସଡ୍ଲ୍ୟୁ ଇଭି ପ୍ରକଳ୍ପ

0

ଭୁବନେଶ୍ବର: ଓଡିଶାରୁ ଉଠିବନି ଜେଏସଡ୍ଲ୍ୟୁ ଇଭି ପ୍ରକଳ୍ପ। ୪୦ ହଜାର କୋଟିର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତରିତ ନେଇ ଖବର ଉପରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ ।ସେପଟେ ଜେଏସଡବ୍ଲ୍ୟୁର ଇଭି ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ମିଡିଆ ଆଗରେ ମୁହଁ ଖୋଲିଛନ୍ତି। ଜେଏସଡବ୍ଲ୍ୟୁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି ଓ ସେମାନେ ପ୍ରକଳ୍ପ ସ୍ଥାନାନ୍ତର ଚୂଡ଼ାନ୍ତ କରିନାହାନ୍ତି କିମ୍ବା ଆମକୁ କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ସୂଚନାଯୋଗ୍ୟ, ଗତ ପ୍ରାୟ ୭ମାସ ପୂର୍ବରୁ ସାଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ତତକାଳୀନ ବିଜେଡି ସରକାର ସମୟରେ କଟକର ନରାଜ ନିକଟରେ ୪୦ହଜାର କୋଟି ଟଙ୍କା ବ୍ୟୟରେ ଇଭି ଓ ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ ନିମନ୍ତେ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ କମ୍ପାନୀ ତା’ର ପ୍ରସ୍ତାବିତ ଇଭି ପ୍ରକଳ୍ପକୁ ସ୍ଥାନାନ୍ତର କରିବା ନେଇ ରାଜ୍ୟ ସରକାରଙ୍କୁ କିଛି ଅବଗତ କରିନାହିଁ । କମ୍ପାନୀର ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ଏହି ଆଲୋଚନା ସରିବା ପରେ କିଛି ନିର୍ଯ୍ୟାସ ବାହାରିବ। ମାତ୍ର ସେମାନେ ଓଡ଼ିଶା ପ୍ରକଳ୍ପ ଓହରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଜାତୀୟ ଗଣମାଧ୍ୟମରେ ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ନାନାଦି ଚର୍ଚ୍ଚା ଜୋର ଧରିଥିଲା। ଜେଏସଡବ୍ଲ୍ୟୁ ଗ୍ରୁପ୍ କାର୍ଯ୍ୟନିର୍ବାହୀ ଉପସଭାପତି ରଞ୍ଜନ ନାୟକ , ପ୍ରତିକ୍ରିୟାରେ କହିଛନ୍ତି କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନାନ୍ତରଣ ହେବ ନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି। ମଙ୍ଗଳବାର ଜାତୀୟ ମିଡିଆରେ ୪୦ହଜାର କୋଟିର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତରିତ ନେଇ ଖବର ବାଜିବା ପରେ କମ୍ପାନୀ ପକ୍ଷରୁ ଆସିଛି ଅଫିସିଆଲ ପ୍ରତିକ୍ରିୟା ଆସିଛି। “ଆମେ ଓଡିଶାରୁ ଏହି ପ୍ରକଳ୍ପ ସ୍ଥାନାନ୍ତରିତ କରୁନାହୁଁ,” ବୋଲି କହିଛନ୍ତି ରଞ୍ଜନ ନାୟକ।

Leave A Reply

Your email address will not be published.