ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

0

ମୁମ୍ବାଇ: ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା ଉପରେ ନଜର ରଖିଛି।
ସୂଚନାନୁସାରେ, ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା। ସଲମାନ ଖାନଙ୍କୁ ‘ଓ୍ବାଇ-ପ୍ଲସ’ ସୁରକ୍ଷା ମିଳିଛି। ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଗାଡି ସଲମାନ ଖାନଙ୍କ କାର୍‌ ସହିତ ଆସିବ। ସଲମାନ ଖାନଙ୍କ ସହ ରହୁଥିବା ସମସ୍ତ କନଷ୍ଟେବଳଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାରରେ ତାଲିମ ଦିଆଯିବ। ଏହାସହ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ସୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍।

ସଲମାନ ଖାନଙ୍କ ସୁରକ୍ଷା ଏଥିପାଇଁ ବୃଦ୍ଧି କରାଯାଇଛି କାରଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ କହିଛି ଯେ, ସଲମାନ ଖାନଙ୍କ ସହ ସମ୍ପର୍କ ଥିବାରୁ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ତେଣୁ ସଲମାନ ଖାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ସଲମାନ ଖାନ ଲରେନ୍ସ ବିଷ୍ଣୋଇଠାରୁ ଅନେକ ଧମକ ପାଇଛନ୍ତି।

ମୁମ୍ବାଇ ରାସ୍ତାରେ ଶନିବାର ରାତିରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛି। ଏହି ହତ୍ୟା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଦାୟୀ ବୋଲି ସୋସିଆଲ ମିଡିଆ ମାଧ୍ୟମରେ କହିଛି। ବାବା ସିଦ୍ଦିକି ସଲମାନ ଖାନଙ୍କ ସହ ଅତି ନିକଟତର ଥିବାରୁ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ମଧ୍ୟ ରହିିଛନ୍ତି। ସଲମାନ କ୍ରମାଗତ ଭାବରେ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପାଉଛନ୍ତି ଏବଂ କିଛି ମାସ ପୂର୍ବେ ଏହି ଗ୍ୟାଙ୍ଗ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲା ଖବର ଆସିଥିଲା।

Leave A Reply

Your email address will not be published.