ପ୍ରମୁଖ ଖବର

ୟନାଡରୁ ଉପ-ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ
ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

0

ମୁମ୍ବାଇ: ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା ଉପରେ ନଜର ରଖିଛି।
ସୂଚନାନୁସାରେ, ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା। ସଲମାନ ଖାନଙ୍କୁ ‘ଓ୍ବାଇ-ପ୍ଲସ’ ସୁରକ୍ଷା ମିଳିଛି। ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଗାଡି ସଲମାନ ଖାନଙ୍କ କାର୍‌ ସହିତ ଆସିବ। ସଲମାନ ଖାନଙ୍କ ସହ ରହୁଥିବା ସମସ୍ତ କନଷ୍ଟେବଳଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାରରେ ତାଲିମ ଦିଆଯିବ। ଏହାସହ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ସୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍।

ସଲମାନ ଖାନଙ୍କ ସୁରକ୍ଷା ଏଥିପାଇଁ ବୃଦ୍ଧି କରାଯାଇଛି କାରଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ କହିଛି ଯେ, ସଲମାନ ଖାନଙ୍କ ସହ ସମ୍ପର୍କ ଥିବାରୁ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ତେଣୁ ସଲମାନ ଖାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ସଲମାନ ଖାନ ଲରେନ୍ସ ବିଷ୍ଣୋଇଠାରୁ ଅନେକ ଧମକ ପାଇଛନ୍ତି।

ମୁମ୍ବାଇ ରାସ୍ତାରେ ଶନିବାର ରାତିରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛି। ଏହି ହତ୍ୟା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଦାୟୀ ବୋଲି ସୋସିଆଲ ମିଡିଆ ମାଧ୍ୟମରେ କହିଛି। ବାବା ସିଦ୍ଦିକି ସଲମାନ ଖାନଙ୍କ ସହ ଅତି ନିକଟତର ଥିବାରୁ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ମଧ୍ୟ ରହିିଛନ୍ତି। ସଲମାନ କ୍ରମାଗତ ଭାବରେ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପାଉଛନ୍ତି ଏବଂ କିଛି ମାସ ପୂର୍ବେ ଏହି ଗ୍ୟାଙ୍ଗ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲା ଖବର ଆସିଥିଲା।

Leave A Reply

Your email address will not be published.