ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଜଗି ପଣ୍ଡାଙ୍କ ପଛରେ ବିଜେପି କାହିଁକି

0

ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କନକ
କମିଟି ଅଧ୍ୟକ୍ଷଙ୍କ ବିରୋଧରେ ବିଷ ଓଗାଳିଲେ
ଧର୍ମେନ୍ଦ୍ର ବି ଏହି ଘଟଣାକୁ ନାପସନ୍ଦ କରିଥିଲେ

ଭୁବନେଶ୍ୱର: ନୋଟିସ ହେଲା । ଓଟିଭି ଏମ୍‍ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହେଲୋ । ଗଣମାଧ୍ୟମରେ ତାଙ୍କର ବୟାନ ରଖି ମହିଳା ଉଦ୍ୟୋଗୀଙ୍କୁ କିଭଳି ହରକତ କରାଯାଉଛି, ସେ ନେଇ ଅସନ୍ତୋଷ ଝାଡିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଡ଼ା ଭାଷାରେ ଘଟଣାର ନିନ୍ଦା କଲେ ।
ଏଯାଏ ସବୁକଥାକୁ ନିରବରେ ଗ୍ରହଣ କରି ଆସିଥିବା ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଆଜି ଦୃଢ ଆପତ୍ତି ଜଣାଇଛନ୍ତି । ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଇ ଜଣାଇଛନ୍ତି ଯେ କମିଟିର ନିଷ୍ପତ୍ତି ଠିକ୍‍ ହୋଇନାହିଁ । ଅଧ୍ୟକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ରଖି କହିଛନ୍ତି ଯେ ତାଙ୍କର ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରି ହେଉଛି । ଏହିଭଳି ଘଟଣାରେ ସଂପାଦକ ବା ସାମ୍ୱାଦିକଙ୍କୁ ନୋଟିସ କରାଯିବା କଥା ।
ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଉଦ୍ୟୋଗୀ ବୋଲି ଅଭିହିତ କରି ଶ୍ରୀ ସିଂହଦେଓ ତାଙ୍କୁ ହଇରାଣ କରାଯାଉଥିବା ସଂକ୍ରାନ୍ତରେ ମଧ୍ୟ ଠାରିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି ନୋଟିସ ଦେଇଥିଲେ ହେଁ ଜଗିଙ୍କୁ ସମନ କରିବା କଥା କହିନଥିଲେ ।
କନକଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି । ଏବେ ଯାଏ ଚୁପ ଥିବା କନକ କାହିଁକି ଏବେ ଇସ୍ତଫା ଦେଲେ, ସେ ଚାହିଁଥିଲେ ସେଦିନ ବୈଠକରେ ଉପସ୍ଥିତ ଥିବା କାରଣରୁ ସେ ନିଜର ଆପତ୍ତି ରଖିପାରିଥାନ୍ତେ ବା ଗଣମାଧ୍ୟମରେ କହିପାରିଥାନ୍ତେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି ।
କେବଳ ସେତିକି ନୁହେଁ, ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଖୋଲାଖୋଲି ରାଜ୍ୟ ବିଜେପିକୁ ସମାଲୋଚନା କରୁଥିବା ବେଳେ ଜଗିଙ୍କ ସପକ୍ଷରେ ବିଜେପି ନେତାଙ୍କୁ ଓକିଲାତି ମଧ୍ୟ ଭିନ୍ନ ସଙ୍କେତ ଦେଉଛି । ପୂର୍ବରୁ ଜଗି ଭୁବନେଶ୍ୱରରେ ସଂଘ ନେତା ମୋହନ ଭାଗବତଙ୍କୁ ଭେଟିଥିଲେ । ଏହାକୁ ସେ ସମୟରେ ଭିନ୍ନ ଦୃଷ୍ଟିରୁ ବିଚାର କରାଯାଇଥିଲା । ବାସ୍ତବରେ ଜଗିଙ୍କ ଟିଭିର ସମର୍ଥନ ପାଇଁ ବିଜେପି ଏଭଳି ଚାଲ୍‍ ଖେଳିଛି ନା ଏହା ପଛରେ ଆଉ କିଛି ବଡ ରାଜନୈତିକ ଚାଲ ରହିଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.