ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ସମୁଦ୍ର କୂଳରେ ଲାଗୁ ହେଲା ୧୪୪ ଧାରା

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ଶିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି କଟକଣା ଲାଗୁ ହେବ। ପାରାଦୀପରୁ ଶିଆଳି ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ଏହା ଲାଗୁ ହେବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

‘ଦାନା’ ପ୍ରକୋପ ଆରମ୍ଭ ହେଲେ ସମୁଦ୍ର ଅଶାନ୍ତ ହେବା ସହ ଜୁଆର ମାଡ଼ିବ। ଏହି ସମୟରେ ପବନର ବେଗ ବଢିବ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦୀପ, ଶିଆଳି, ବାଲିକୁଦା ସି-ବିଚ୍‌ରେ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ୍ କହିଛନ୍ତି। ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକ ତଥା ମାଟି ଘରେ ରହୁଥିବା ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯାଉଛି। ସି-ବିଚ୍‌ରେ ୧୪୪ ଧାରା ଲାଗୁ ହେବା ଫଳରେ କୌଣସି ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଉକ୍ତ ସ୍ଥାନକୁ ଯାଇ ପାରିବେନି।

ସେହିପରି ଆଜି ଅପରାହ୍ନରୁ ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ଚଳାଚଳକୁ ବାରଣ କରାଯିବ । ଉକ୍ତ ରାସ୍ତା ଦେଇ କେବଳ ରିଲିଫ ସାମଗ୍ରୀ ଗାଡ଼ି ଯାଇପାରିବ ବୋଲି ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି । ବାତ୍ୟା ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ୮୮ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ୮ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ୨୧ଟି ଆଶ୍ରୟସ୍ଥଳୀ ସହ ୪୫ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ।

Leave A Reply

Your email address will not be published.